ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)୨୯.୧୦.୧୯୯୯ ମସିହା ମହାବାତ୍ୟାରେ ଓଡିଶାରେ ବହୁତ ଧାନ ଜୀବନ ନଷ୍ଟ ହୋଇଥିଲା। ସେହି ମହାବାତ୍ୟାରେ ମଧ୍ୟ ୧୦ ହଜାର ଜୀବନ ହାନି ହୋଇଥିଲା।ସେହି ଅମୂଲ୍ୟ ଜୀବନକୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଓ ଆଗାମୀ ବିପର୍ଯ୍ୟୟ ପାଇଁ ନିଜକୁ ପ୍ରସ୍ତୁତି କରିବା ଉଦ୍ଦେଶ୍ୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପ୍ରତିବର୍ଷ ପାଳନ କରାଯାଇଅଛି।ପ୍ରତି ବର୍ଷ ପରି ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ ଜିଲ୍ଲା ସ୍ତରରେ ଏବଂ ସମସ୍ତ ପଞ୍ଚାଯତ ସମିତି, ପୌର ପରିଷଦ ଓ ବିଜ୍ଞାନପିତ ଅଞ୍ଚଳ ପରିଷଦ ସ୍ତରରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ହୋଇଯାଇଛି। ଏହି ପାଳନ ଅବସରରେ ସର୍ବସାଧାରଣଙ୍କୁ ସଚେତନ କରାଇ ଆଗାମୀ ବିପର୍ଯ୍ୟୟ କୁ ମୁକାବିଲା କରିବା ପାଇଁ ଓ ପ୍ରସ୍ତୁତି କୁ ସୁଦୃଢୀକରଣ କରିବା ପାଇଁ ପ୍ରୟାସ କରଯାଇଛି।ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ସୂଚୀ ଅନୁସାରେ ଗତକାଲି ତା ୨୮.୧୦.୨୦୨୪ ରିଖ ରେ ଜିଲ୍ଲା ସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବିତର୍କ ପ୍ରତିଯୋଗୀତା ହୋଇଯାଇଛି।ଏହି ପ୍ରତିଯୋଗୀତା ପାଇଁ ବିଷୟ ବସ୍ତୁ “ଆଗୁଆ ପଦକ୍ଷେପ ପାଇଁ ପ୍ରାକ ସତର୍କ ସୂଚନା” ରଖାଯାଇଥିଲା।ଆଜି ତା ୨୯.୧୦.୨୦୨୪ ମହାବାତ୍ୟା ର ୨୫ ବର୍ଷ ପୂର୍ତ୍ତି ଅବସରରେ ସକାଳ ୭ ଘଟିକା ୩୦ ମିନିଟ ସମୟରେ ଏକ ଛୋଟ ଦୌଡ ପ୍ରତିଯୋଗୀତା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ରୁ ଜିଲ୍ଲାପରିଷଦ ମାଲକାନଗିରି ପର୍ଯ୍ୟନ୍ତ ବିପର୍ଯ୍ୟୟ ପରିଚାଳନା ଦିବସ ପାଳନ ଉପଲକ୍ଷେ କରାଯାଇଛି। ତତ୍ପରେ ଏକ ଜିଲ୍ଲା ଆପଦା ମିତ୍ର ଓ ସ୍ଵେଚ୍ଛାସେବୀଙ୍କୁ ନେଇ ଏକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ରୁ ଜିଲ୍ଲାପରିଷଦ ମାଲକାନଗିରି ପର୍ଯ୍ୟନ୍ତ କରାଯାଇଛି। ପରେ ପରେ ଏକ ମକ ଡ୍ରିଲର ଆୟୋଜନ ମାଲକାନଗିରି ଅଗ୍ନିଶମ ଓ ଆପଦା ମିତ୍ର ସ୍ଵେଚ୍ଛାସେବୀ ମାନଙ୍କୁ ନେଇ କରଯାଇଥିଲା।ଏହି ଅଭ୍ୟାସରେ ବିଭିନ୍ନ ଉପକରଣ ମାନଙ୍କର ସୁପରିଚାଳନା ବିଷୟରେ ଅବଗତି କରାଇ କେମିତି ତାହାର ବ୍ୟବହାର ବିପର୍ଯ୍ୟୟ ସମୟରେ ହୋଇପାରିବ ପ୍ରଦର୍ଶନ କରଯାଇଥିଲା।ଏହି କାର୍ଯ୍ଯକ୍ରମ ଅତିତିକ୍ତ ଜିଲ୍ଲାପାଳଙ୍କ ଶ୍ରୀ ବେଦବର ପ୍ରଧାନ ଅଧ୍ୟକ୍ଷତାରେ ଅନ୍ୟାନ୍ନ ପଦଧିକାରୀ ଯଥା ସଂଜୀବ କୁଲୁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଖେଳ ଅଧିକାରୀ (ସ୍ପୋର୍ଟ୍ସ), ଜିଲ୍ଲା ରେଡକ୍ରସ ସଂସ୍ଥା ର ସମ୍ପାଦକ ଇତ୍ୟାଦି ଙ୍କ ଉପସ୍ଥିତରେ କରଯାଇଥିଲା।ରାଜ୍ୟ ସରକାରଙ୍କ ତରଫରୁ ଏକ ଭିଡିଓ କନଫରେନ୍ସ ଜରିଆରେ ଅପରାହ୍ନ ୩ ଘଟିକା ୩୦ ମିନିଟ ସମୟରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ୨୦୨୪ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପାଳନ କରଯାଇଥିଲା।ଜିଲ୍ଲାପାଳ ଆଶୀଷ ଇଶ୍ଵର ପଟେଲ ଓ ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ବୃନ୍ଦ ଏଥିରେ ଯୋଗ ଦେଇଥିଲେ।

  • Related Posts

    ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକଦିବସୀୟ ଆଲୋଚନାଚକ୍ର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ମାଲକାନଗିରି ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗୋଟିଏ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇଥିଲା l…

    ଅଣାୟତ୍ତ ମାଛ ଓ ମାଂସ ଦର : ଏନଏସି କତୃପକ୍ଷଙ୍କ ପକ୍ଷରୁ ତୁରନ୍ତ ଦୃଢ଼ ପଦକ୍ଷେପ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଦିନକୁ ଦିନ ମାଛ ମାଂସ ଦର ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାର ଦେଖିବାକୁ ମିଳିଛି।ଗତକାଲି ତଥା ୧-ଜାନୁଆରୀ ୨୦୨୫ ରିଖ ଠାରୁ ବାଲିମେଳା ସହର ସମେତ କୋରୁକୋଣ୍ଡା ସଦର ମହକୁମାରେ ବ୍ୟବସାୟ କରୁଥିବା କିଛି…

    Leave a Reply

    Your email address will not be published. Required fields are marked *

    You cannot copy content of this page