ବାଲିମେଳା ସମସ୍ତ ଚର୍ଚ୍ଚ ମିଳିତ ଆନୁକୂଲ୍ୟରେ କ୍ୟାଣ୍ଡେଲ ରାଲି ; ଯୋଗ ଦେଲେ ଚିତ୍ରକୋଣ୍ଡା ବିଧାୟକ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଆଜି ସନ୍ଧ୍ୟା ୭ ଟା ସମୟରେ ମାଲକାନଗିରି ଜିଲ୍ଲା ବାଲିମେଳା ସହରର ସମସ୍ତ ଚର୍ଚ୍ଚ ମିଳିତ ଆନୁକୁଲ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରାଟି ରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗ ଦେଇ ସମସ୍ତ ଖ୍ରୀଷ୍ଟ ଧର୍ମର ଭାଇ ଭଉଣୀ ଙ୍କ ମଙ୍ଗଳ କାମନା କରିବା ସହ ସେ ସେମାନଙ୍କର ସମସ୍ତ ସୁଖଦୁଃଖରେ ସାମିଲ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି କ୍ୟାଣ୍ଡେଲ ଯାତ୍ରାଟି ନୂଆ ସାହି ସ୍ଥିତ ବେରସେବା ଚର୍ଚ୍ଚରୁ ଆରମ୍ଭ ହୋଇ ଗୋପବନ୍ଧୁ ଛକ ଦେଇ କାଳୀ ଛକ, ମେଡ଼ିକାଲ କଲୋନୀ, ବସ ଷ୍ଟାଣ୍ଡ ଛକ ଦେଇ ଡ୍ରଗ ଲାଇନ୍ ସ୍ଥିତ ଜେଇଏଲ୍ ଚର୍ଚ୍ଚ ଠାରେ ଏହି ଯାତ୍ରା ଶେଷ ହୋଇଥିଲା। ଆଜିର ଏହି କ୍ୟାଣ୍ଡେଲ ଯାତ୍ରାରେ ବରିଷ୍ଠ ନାଗରିକ ରାଜେନ୍ଦ୍ର କୂଳଦୀପ, ବିଧାୟକ ପ୍ରତିନିଧି ଇସାକ୍ ଖୋସଲା ଏବଂ ସମସ୍ତ ଚର୍ଚ୍ଚର ପାସ୍ଟର ଙ୍କ ସମେତ ହଜାରରୁ ଉର୍ଦ୍ଧ୍ବ ଖ୍ରୀଷ୍ଟଧର୍ମୀ ଲୋକେ ଉପସ୍ଥିତ ରହି କ୍ୟାଣ୍ଡେଲ ଧରି ଯୀଶୁଙ୍କ ଗାନ କରି ନଗର ପରିକ୍ରମା କରିଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page