ମାଲକାନଗିରି(କ୍ରୋନିକ ଓଡ଼ିଶା)ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏଫଏଲସି ହୋଲରେ ଡ୍ରାଫ୍ଟ ଇଲେକ୍ଟରାଲ ରୋଲକୁ ପ୍ରକାଶ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତଥା ୧୪୭ ନିର୍ବାଚନ ମଣ୍ଡଳୀ ପଞ୍ଜିକରଣ ଅଧିକାରୀ ସୋମନାଥ ପ୍ରଧାନ,
ଉପ ଜିଲ୍ଲାପାଳ ତଥା ୧୪୬-ନିର୍ବାଚନ ମଣ୍ଡଳୀ ପଞ୍ଜିକରଣ ଅଧିକାରୀ, ଦୁର୍ଯ୍ୟଧନ ଭୋଇ, ସହାୟକ ଜିଲ୍ଲାପାଳ, ଅଜୟ ମାଣ୍ଡାଙ୍ଗୀ ଓ ଅଶୋକ ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ସମସ୍ତ ରାଜନୈତିକ ଦଳଙ୍କୁ ଏହି ପୁସ୍ତିକାକୁ ପ୍ରଦାନ କରଯାଇଛି।ସୂଚନା ଥାଉ କି ଜିଲ୍ଲାରେ ବର୍ତ୍ତମାନ ୪ ଲକ୍ଷ ୫୬ ହଜାର ୨୨୯ ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୨୧ ହଜାର ୫୭ ପୁରୁଷ ଥିବା ବେଳେ ୨ ଲକ୍ଷ ୩୫ ହଜାର ୧୨୭ ଜଣ ମହିଳାଙ୍କ ସମେତ ୪୫ ଜଣ ଅନ୍ୟ ବର୍ଗର ରହିଛନ୍ତି। ଜିଲ୍ଲାରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଇଲେକ୍ଟରାଲ ରୋଲ ପୁସ୍ତିକାକୁ ସ୍ୱଚ୍ଛ ରଖିବା ନିମନ୍ତେ ବହୁତ ସତର୍କତା ଅବଲମ୍ବନ କରାଯାଇଛି। ୨, ୧୦, ୧୬ ଓ ୨୪ ନଭେମ୍ବରରେ ସ୍ବତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ କରାଯିବ।ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ ପାଇଁ ସମସ୍ତ ରାଜନୈତିକ ଦଳଙ୍କୁ ବିଏଲଏ ନିୟୋଜିତ କରିବା ପାଇଁ କୁହାଯାଇଛି। ତଥ୍ୟ ସମ୍ପର୍କିତ ସମସ୍ତ ଦାବି ଓ ଆପତ୍ତି ଅଭିଯୋଗ ପାଇଁ ୨୮ ନଭେମ୍ବର ପର୍ଯ୍ୟନ୍ତ ସମୟ ପ୍ରଦାନ କରାଯାଇଛି। ଫାଇନାଲ ଡ୍ରାଫ୍ଟ ରୋଲ ୬ ଜାନୁଆରୀରେ ପ୍ରକାଶ ପାଇବ। ବିଜେପି ପକ୍ଷରୁ ମାଣିକ ଲାଲ ଚକ୍ରବର୍ତ୍ତୀ, ବିଜେଡି ପକ୍ଷରୁ ମାନସ ମାଡ଼କାମୀ, ବିଏସପି ପକ୍ଷରୁ ଜାରାଶବର ମାଢୀ ଏବଂ ଆପ୍ ପକ୍ଷରୁ କେ ଦେଶୀ ରାଜୁ ଆଚାରୀ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଏବଂ ଜିଲ୍ଲା ନିର୍ବାଚନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।
ଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଲି ସମେତ କାର ଜବତ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ…