ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ମୋ ଯୁବ ଭାରତ ତରପରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିl ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନା ଯୋଗ ଦେଇଥିବା ବେଳେ ଅଧ୍ୟାପକ ପ୍ରଶାନ୍ତ କୁମାର ଶତପଥି , ଅଧ୍ୟାପକ ସୁନାଧର୍ ପୁଜାରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମାଲକାନଗିରି ପୁଲିସ କର୍ମଚାରୀ ଓ ଟ୍ରାପିକ ପୁଲିସଙ୍କ ସହ ମହିଳା ମହାବିଦ୍ୟାଳୟର ୨୦ ଜଣ ଛାତ୍ରୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ମାଲକାନଗିରି ମୁଖ୍ୟ ସଡ଼କରେ ହେଲମେଟ ପିନ୍ଧିଥିବା ଗାଡି ଚାଳକଙ୍କୁ ଗୋଲାପ ଫୁଲ ଦେଇ ଧନ୍ୟବାଦ ଜଣାଇଥିବା ବେଳେ ହେଲମେଟ ପିନ୍ଧି ନଥିବା ମଟରସାଇକେଲ ଚାଳକଙ୍କୁ ସଚେତନତା କରାଯାଇଥିଲା। ଗାଡି ଚଳେଇବା ସମୟରେ ହେଲମେଟ ନ ପିନ୍ଧିଲେ ତାର ଭୟାବହ ପରିଣାମ ସମ୍ପର୍କରେ ଅବଗତ କରାଇବା ସହ ଗାଡି ଚଳାଇବା ସମୟରେ ମଦ୍ୟପାନ ନ କରିବା ,ମୋବାଇଲେ ବ୍ୟବହାର ନ କରିବା ପାଇଁ ସଚେତନ କରାଯାଇଥିଲା lଏହି କାର୍ଯ୍ୟକ୍ରମଟି ମାଲକାନାଗିର ନେହେରୁ ଯୁବ କେନ୍ଦ୍ର ସଦସ୍ୟ ସନ୍ତୋଷ କୁମାର ପାତ୍ର , ଜଗନ୍ନାଥ ହନ୍ତାଳ, ଓ ଗଣେଶ ଶିଶା ପରିଚାଳନା କରିଥିଲା ବେଳେଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ନେହେରୁ ଯୁବ କେନ୍ଦ୍ର ମାଲକାନଗିରି ଏବଂ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ କର୍ମଚାରୀ ମାନେ ସହଯୋଗ କରିଥିଲେ।
ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକଦିବସୀୟ ଆଲୋଚନାଚକ୍ର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ମାଲକାନଗିରି ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗୋଟିଏ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇଥିଲା l…