ମାଲକାନଗିରି(କ୍ରୋନିକ ଓଡ଼ିଶା)ବିଭିନ୍ନ ବ୍ୟାଙ୍କିଙ୍ଗ କାର୍ଯ୍ୟ ପାଇଁ ଦୂର ଦୁରାନ୍ତରରୁ ବହୁ ଗ୍ରାହକ ବ୍ୟାଙ୍କ ଆସି ବହୁ ଅସୁବିଧାର ସମୁଖୀନ ହେଉଥିବା ବେଳେ ବ୍ୟାଙ୍କ କର୍ମଚାରୀ ଦିନ ୩ଟାରୁ ବ୍ୟାଙ୍କରେ ନଥିବା ଦେଖିବାକୁ ମିଳିଛି।ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଦିନ ୩ଟାରୁ କର୍ମଚାରୀ ମାନେ ପଳାଉଥିବା କୁହାଯାଉଛି।ଉକ୍ତ ବ୍ୟାଙ୍କ କୋରୁକୋଣ୍ଡା ବ୍ଲକର ବହୁ ପୁରାତନ ବ୍ୟାଙ୍କ ହୋଇଥିବା କାରଣରୁ ବ୍ୟାଙ୍କର ହିତାଧିକାରୀଙ୍କ ସଂଖ୍ୟା ବହୁ ଅଧିକ ରହିଛି।ହେଲେ ବ୍ୟାଙ୍କ ମ୍ୟାନେଜରଙ୍କ ମନମୁଖୀ ଶାସନ ନିମନ୍ତେ ବହୁ ହିତାଧିକାରୀ ଉକ୍ତ ବ୍ୟାଙ୍କରୁ ଖାତା ବନ୍ଦ କରିବା ସହ ଅନ୍ୟ ବ୍ୟାଙ୍କରେ ଖାତା ଖୋଲିବାକୁ ବାଧ୍ୟ ହେଉଛନ୍ତି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଆର୍ଥିକ ସହାୟତା ରାଶି ବାବଦକୁ ଡିବିଟି ମାଧ୍ୟମରେ ୫ ହଜାର ଟଙ୍କା ଆସିଥିବା ହେତୁ ବହୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ସଂଯୋଗ କରିବା ନିମନ୍ତେ ବ୍ୟାଙ୍କରେ ଧାଡି ଲାଗିଥିବା ବେଳେ କର୍ମଚାରୀ ମାନେ ବ୍ୟାଙ୍କ ବନ୍ଦ ହେବା ସମୟ ପୂର୍ବରୁ ପ୍ରକୋଷ୍ଠ ଖାଲି କରି ବାହାରକୁ ଚାଲି ଯାଉଥିବାରୁ ଗ୍ରାହକଙ୍କୁ ବହୁ ଅସୁବିଧାର ସମୁଖୀନ ହେରବାକୁ ପଡୁଛି।ଏହିପରି ଭାବେ ସରକାରଙ୍କ ବହୁ ଯୋଜନାର ଅର୍ଥ ସିଧା ସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସୁଥିବା ସହିତ ବାର୍ଦ୍ଧକ୍ୟ ଭତା ବାବଦକୁ ମିଳୁଥିବା ସହାୟତା ଅର୍ଥ ମଧ୍ୟ ବ୍ଯାଙ୍କ ଖାତାକୁ ଆସୁଛି। ଏଣୁ ବହୁ ହିତାଧିକାରୀ ବ୍ୟାଙ୍କ ଆସି ବହୁ ଅସୁବିଧାର ସମୁଖୀନ ହେବା ସହ ଶାରୀରିକ ଓ ମାନସିକ ଅବହେଳାର ଶୀକାର ହେଉଛନ୍ତି । ଏନେଇ ବ୍ୟାଙ୍କ ପିଅନଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ କୌଣସି କାର୍ଯ୍ୟରେ ଅଧିକାରୀ ମାନେ ବାହାରକୁ ଯାଇଛନ୍ତି । ଏନେଇ ଆମେ ଜଯପୁର ଠାରେ ଥିବା ରିଜନାଲ ମ୍ୟାନେଜରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନଥିଲା। ତେବେ ଗ୍ରାହକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଥିପ୍ରତି ବ୍ୟାଙ୍କ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାହକ ମାନେ ଦାବି କରିଛନ୍ତି।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…