ରାଇକିଆ(ଜଗଦିଶ ଦାଶ)କନ୍ଧମାଳ ଜିଲ୍ଲା ରାଇକିଆ ମେଡିକାଲ୍ ଠିକ୍ ସମ୍ମୁଖରେ ଥିବା ରାସ୍ତାଟି ଅତି କଦର୍ଯ୍ୟ ପରିସ୍ଥିତି ଏବଂ ଜଳମଗ୍ନ ରହିଥିବା ଜଣାପଡିଛି। ସରକାର କୋଟି କୋଟି ଟଙ୍କା ବ୍ୟୟ କରି ରାସ୍ତା ତିଆରି କରୁଛନ୍ତି ସତ କିନ୍ତୁ କିଛି ଦିନ ପରେ ରାସ୍ତାର କିଛି କିଛି ଜାଗାରେ ଖାଲ ଖମା ହୋଇ ଜଳମଗ୍ନ ହୋଇଥିବା ପରିଲକ୍ଷିତ ହେଉଛି। ଏହି ରାସ୍ତା ଦେଇ ଶହ ଶହ ଲୋକ ଯିବା ଆସିବା କରନ୍ତି, କିନ୍ତୁ ଆଜକୁ ଦୀର୍ଘ ଦିନ ହେଲା ରାସ୍ତାଟି ଏଭଳି କଦର୍ଯ୍ୟ ପରିସ୍ଥିତିରେ ପଡିରହିଛି।ସାମାନ୍ୟ ବର୍ଷା ହେଲେ ରାସ୍ତାରେ ହୋଇଥିବା ଗାତରେ ପାଣି ଜମି ରହି କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି। ସେହି ରାସ୍ତା ଦେଇ ଲୋକ ଯିବା ଆସିବା କରିବା ସମୟରେ ନା ନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଉକ୍ତ ରାସ୍ତା ଦେଇ ପ୍ରତିଦିନ ସ୍କୁଲ୍ ପିଲାମାନେ ଯିବା ଆସିବା କରନ୍ତି। ବହୁ ସ୍ଥାନୀୟ ଲୋକ ମାନେ ଏବଂ ପ୍ରଶାସନିକ ଅଧିକାରୀ ମଧ୍ୟ ଯିବା ଆସିବା କରି ଥାଆନ୍ତି।,ତେଣୁ ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଧ୍ୟାନ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ। ଆଗାମୀ ଭବିଷ୍ୟତରେ ସାଧାରଣ ଜନତା କୌଣସି ଅସୁବିଧା ସମ୍ମୁଖୀନ ହେବେ ନାହି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…