ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ପାଞ୍ଚ ଯବାନ ଆହତ। ତର୍ରେମ ଥାନା ଅଞ୍ଚଳରେ ନକ୍ସଲମାନେ ଖଞ୍ଜି ଥିବା ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ ହୋଇଥିବା ସୂଚନା ମିଳିଛି।
ପୁଲିସ ଦ୍ବାରା ଜାରି ସୂଚନାନୁସାରେ ଆଜି ସକାଳ ଭୋର ସମୟରେ ଚିନ୍ନାଗେଲୁର ସିଆରପିଏଫ୍ କ୍ୟାମ୍ପରୁ ଯବାନମାନେ ଏରିଆ ଡୋମିନେସନ ପାଇଁ ଯାଇଥିଲେ। ଅପରେସନ ଚାଲିଥିବା ବେଳେ ପୂର୍ବରୁ ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ପାଞ୍ଚ ଯବାନ ସାମାନ୍ୟ ଆହାତ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ ନକ୍ସଲମାନଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଇଡି ସଂସ୍ପର୍ଶରେ କେବଳ ପୁଲିସ କିମ୍ବା ସୁରକ୍ଷାବାହିନୀର ଯବାନଙ୍କୁ କ୍ଷତି ହେଉନାହିଁ ବଂର ସାଧାରଣ ଲୋକ ମଧ୍ୟ ଏହାର ଶିକାର ହେଉଛନ୍ତି।
ପୁଲିସ ଅଧିକାରୀଙ୍କ ଦ୍ବାରା କୁହାଯାଉଛି ଯେ ଆହାତ ଯବାନ ମାନଙ୍କୁ ପ୍ରାଥମିକ ଉପଚାର ପରେ ଉଚିତ ଚିକିତ୍ସା ନିମନ୍ତେ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।