
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ପୁଲିସକୁ ବଡ଼ ସଫଳତା।ସୁକମା ଜିଲ୍ଲାରେ ନକ୍ସଲ ବିଲୋପ ଅଭିଯାନ ଅନ୍ତର୍ଗତ ନକ୍ସଲଙ୍କ ସହରୀ ଯୋଗାଣ ନେଟୱାର୍କକୁ ଧ୍ୱସ୍ତ କରିବା ପାଇଁ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନିରନ୍ତର ନଜର ରଖାଯାଉଛି। ସମାନ କ୍ରମରେ ଗତକାଲି ନକ୍ସଲ ସଂଗଠନର PLGA ବାଟାଲିଅନର ସହରୀ ଯୋଗାଣ ନେଟୱାର୍କର ମାନବ ସୂଚନା ଏବଂ ଟେକ୍ନିକାଲ୍ ସୂଚନା ପାଇବା ପରେ ସୁକମା ପୁଲିସ ପାଟନମପାରା ଦେବୀ ଛକ ଅଭିମୁଖେ ଯାଇଥିଲେ। ସୂଚନା ସ୍ଥଳରେ ଥିବା ଘରକୁ ଘେରାଉ କରି ୨ ସନ୍ଦିଗ୍ଧ ଯବକଙ୍କୁ ପୁଲିସ ଗିରଫ କରିଛି। ପଚରାଉଚରା ବେଳେ (୧) ମନ୍ତୋଷ ମଣ୍ଡଳ(୨୮) (୨) ଏସ୍. ନଗାର୍ଜୁନ୍(୩୦) ମନ୍ତୋଷ ସୁକୁମା ନିବାସୀ ହୋଇଥିବା ବେଳେ ନାଗାର୍ଜୁନ ଆନ୍ଧ୍ରପ୍ରଦେଶ ବାସିନ୍ଦା ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ୨ କିଗ୍ରା ୟୁରିଆ ପାଉଡର, ୨ ଡବା ପୋଟାସିୟମ୍ ନାଇଟ୍ରେଟ୍, ୩ ଡବା ଆଲୁମିନିୟମ୍ ପାଉଡର, ୫ ପ୍ୟାକେଟ ପ୍ୟାକିଂ ରାପର, ୧ ଟିଫିନ୍ ବୋମା, ୨ଟି ଡିଟୋନେଟର, ନକ୍ସଲ ସାହିତ୍ୟ ସହିତ ୨ ଟା ମୋବାଇଲ୍ ସହ ସିମ୍ ଏବଂ ୱାକି-ଟକି ଇତ୍ୟାଦି ସାମଗ୍ରୀ ନକ୍ସଲଙ୍କୁ ଯୋଗାଇବା ଅଭିଯୋଗରେ ତାଙ୍କୁ ଗିରଫ କରି ମାନ୍ୟବର କୋର୍ଟରେ ହାଜର କରାଇବା ପରେ ନ୍ୟାୟିକ ରିମାଣ୍ଡରେ ଜେଲକୁ ପଠାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।