
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନରେ ବେଳେ ନେମେଡ ଅଞ୍ଚଳରୁ ତିନି ମିଲିସିଆଙ୍କୁ ଗିରଫ କରିଛି ପୁଲିସ।ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାବାହିନୀ ନେମେଡ ଅଞ୍ଚଳରୁ ତିନି ଜଣ ମିଲିସିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଜିଲ୍ଲାରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନର ଏକ ଅଂଶ ଭାବରେ ଏହି ଦଳ ଏକ ଅଭିଯାନ ଚଳାଇଥିବା ବେଳେ ସଫଳତା ମିଳିଛି ବୋଲି ପୁଲିସ କହିଛି।
ନେମେଡ ଥାନା ଅନ୍ତର୍ଗତ ରାଣାପାରା ଜଙ୍ଗଲରୁ ପ୍ରତିବନ୍ଧିତ ଭାକପା ମାଓବାଦୀ ସଂଗଠନର ପ୍ରଚାର ପ୍ରସାର ତଥା ବିସ୍ଫୋରକ ସାମଗ୍ରୀ ସହ ତିନି ଜଣ ସକ୍ରୀୟ ମିଲିସିଆ ସଦସ୍ୟ ସୋନୁ ଓୟମ(୩୫) , ସନ୍ନୁ ଲେକାମ(୪୦) , ମାଣ୍ଡୋ ଓରଫ ମାଣ୍ଡୁ ହପଆ(୪୮) ଙ୍କୁ ପୁଲିସ ଗିରଫ କରିଛି।
ଗିରଫ ହୋଇଥିବା ନକ୍ସଲମାନଙ୍କ ବିରୋଧରେ ନେମେଡ ଥାନାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ସେମାନଙ୍କୁ ରିମାଣ୍ଡରେ ନେଇ ବିଜାପୁର କୋର୍ଟ ସମ୍ମୁଖରେ ହାଜର କରାଯାଇଛି।