ନକ୍ସଲ ଗଡ଼ରେ ପଶିଲେ ଯବାନ ; ଗୁଳି ବିନିମୟ , ମିଳିଲା ସଫଳତା : ସର୍ଚ୍ଚିଙ୍ଗ ଜାରି।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲା ବାମପନ୍ଥୀ ଉଗ୍ରବାଦର ବିଲୋପ ମାର୍ଚ୍ଚ ୨୦୨୬ ମଧ୍ୟରେ କରିବା ଲକ୍ଷ୍ୟରେ ଜାରି ରହିଥିବା ରଣନୀତି ଦ୍ବାରା ସୁରକ୍ଷାବାହିନୀର ଯବାନ ନକ୍ସଲ ସଂଗଠନର ଗଡ଼ କୁହାଯାଉଥିବା ବୋତଲଙ୍କା ଇରାପଲ୍ଲିରେ ପଶିଲେ ଯବାନ। ସକାଳୁ ଜାରି ରହିଥିବା ଗୁଳି ବିନିମୟରେ ଅନେକ ନକ୍ସଲଙ୍କୁ ଗୁଳି ବାଜିଥିବା ଖବର ଆସୁଛି। ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସୁରକ୍ଷାବାହିନୀର ମିଳିତ ଦଳ ବୋତଲଙ୍କା , ଏରନପଲ୍ଲି ଏବଂ ଆଖପାଖ ଅଞ୍ଚଳକୁ ନକ୍ସଲ ବିଲୋପ ଅଭିଯାନ ପାଇଁ ଯବାନ ମାନେ ଯାଇଥିଲେ।ଏହି ସମୟରେ ଚିନ୍ତାବାଗୁ ନଦୀ କୂଳରେ ପ୍ରତିବନ୍ଧିତ ନକ୍ସଲ ସଂଗଠନର ପିଏଲଜିଏ ବାଟାଲିୟନ ଏବଂ କିଷ୍ଟାରାମ ଏରିଆ କମିଟିର ନକ୍ସଲମାନଙ୍କ ସହିତ ମୁହାଁମୁହିଁ ଗୁଳି ବିନିମୟ ହୋଇଥିଲା। ଏତିକି ବେଳେ ନକ୍ସଲ ପକ୍ଷରୁ ଯବାନଙ୍କ ଉପରକୁ ବିଜିଏଲ ବୋମା ଦ୍ବାରା ଆକ୍ରମଣ କରାଯାଇଥିଲା। ଯବାନ ମଧ୍ୟ ଆତ୍ମରକ୍ଷା ପାଇଁ ଭୀଷଣ ଗୁଳି ବର୍ଷଣ କରିଥିଲେ। ଫଳରେ ନକ୍ସଲ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ପାରିପାର୍ଶ୍ବିକ ପରିସ୍ଥିତି ଦେଖି ଅନେକ ନକ୍ସଲଙ୍କୁ ଗୁଳି ବାଜିଥିବା ସନ୍ଦେହ କରୁଛି ପୁଲିସ।ଏହି ଅପରେସନରେ ଜିଲ୍ଲା ପୁଲିସ , ଡିଆରଜି , ବସ୍ତର ଫାଇଟର୍ସ , ୨୦୬ କୋବ୍ରା , ୨୦୮ କୋବ୍ରା , ୨୦୪ କୋବ୍ରା , ୨୦୩ କୋବ୍ରା ବାହିନୀର ଯବାନ ମାନେ ସାମିଲ ଥିଲେ। ଗୁଳି ବିନିମୟ ପରେ ଘଟଣା ସ୍ଥଳରୁ ଅସ୍ଥାୟୀ ମାଓ କ୍ୟାମ୍ପକୁ ଧ୍ୱସ୍ତ ବିଧ୍ୱସ୍ତ କରିବା ସହ ବିପୁଳ ପରିମାଣର ମାଓ ଡମ୍ପ ଏବଂ ବିସ୍ଫୋଟକ ସାମଗ୍ରୀ ପୁଲିସ ଜବତ କରିଛି।

  • Related Posts

    ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା ପାଇଲା, ତିନି ମିଲିସିଆ ଗିରଫ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନରେ ବେଳେ ନେମେଡ ଅଞ୍ଚଳରୁ ତିନି ମିଲିସିଆଙ୍କୁ ଗିରଫ କରିଛି ପୁଲିସ।ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାବାହିନୀ ନେମେଡ ଅଞ୍ଚଳରୁ ତିନି ଜଣ ମିଲିସିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ…

    ପୁଲିସ ଇନଫର୍ମର ଅଭିଯୋଗରେ ଯୁବକଙ୍କୁ ହତ୍ୟା କଲେ ନକ୍ସଲ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ପୁଣି ପୁଲିସ ଇନଫର୍ମର ଅଭିଯୋଗରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ନକ୍ସଲ।ସୁରକ୍ଷାବାହିନୀ ଦ୍ୱାରା କ୍ରମାଗତ ଭାବେ ମାଟି କାମୁଡୁଥିବା ନକ୍ସଲମାନେ ଏବେ ସ୍ଥାନୀୟ ଗ୍ରାମବାସୀଙ୍କ ଉପରେ ନିଜ ଆକ୍ରୋଶର…

    Leave a Reply

    Your email address will not be published. Required fields are marked *

    You cannot copy content of this page