
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କତାମେଟା ଠାରେ ପ୍ରାୟ ୫ ଦିନ ଧରି ଚାଲିଥିବା ମା ତାରା ମାଉଳି ଫୁଟବଲ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଏହି ଅବସରରେ ଆଜି ଏମଭି୦୩ ଏବଂ ଖଇରପୁଟ ମଧ୍ୟ ରେ ଖେଳ ଅନୁଷ୍ଠିତ ହୋଇଥିଲା, ଏବଂ ଏହି ଖେଳରେ ଖଇରପୁଟ ଦଳ ବାଜି ମାରି ବିଜୟ ହାସଲ କରିଥିଲେ। ଉକ୍ତ ଉଦଯାପନୀ ଉତ୍ସବରେ କତାମେଟା କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀ ବେତାଳ ଜୟରାମ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜୟ ହାସଲ କରିଥିବା ଟିମକୁ ପୁରସ୍କାର ବିତରଣ କରିଥିଲେ। ଏଥି ସହ କତାମେଟା ଟ୍ରକ ମାଲିକ ସଙ୍ଘର ସଭାପତି ଅଜିତ କୁମାର ଦେ ସମ୍ପାଦକ ଡମ୍ବରୁଧର ସ୍ୱାଇଁ ରଂଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଗ୍ରାମର ରାକେଶ କୁମାର ଦେ ନାରାୟଣ ତାଲୁକଦାର ପୁର୍ଣ ସହଯୋଗ କରିଥିଲେ। ଖେଳ ଦେଖିବା ପାଇଁ ଶତାଧିକ ଖେଳ ପ୍ରେମୀ ଉପସ୍ଥିତ ହୋଇଥିଲେ।