ଜିଲ୍ଲାସ୍ତରୀୟ ଜାତୀୟ ବାଳିକା ଶିଶୁ ଦିବସ ୨୦୨୫ ପାଳିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ସମଗ୍ର ଶିକ୍ଷା, ମାଲକାନଗିରି ଗଣଶିକ୍ଷା ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଜାତୀୟ ବାଳିକା ଶିଶୁ ଦିବସ ସରକାରୀ କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ମହା ସମାରୋହରେ ପାଳିତ ହୋଇଯାଇଅଛି । କାର୍ଯ୍ୟକ୍ରମ ଉଦ୍ ଘାଟନ ସମାରୋହରେ ଅତିଥି ରୂପେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଶିବାନୀ ମୁଦୁଲି, ଗୌରାଙ୍ଗ ସାଜ୍ଜନ, ବରିଷ୍ଠ ଶିକ୍ଷକ ସନ୍ଦୀପ୍ତ ଦାସ, ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ପାଟଲା ଏବଂ ବାଳିକା ଶିକ୍ଷା ସଂଯୋଜିକା ଶକୁନ୍ତଳା ମାଝୀ ମଞ୍ଚାସୀନ ରହିଥିଲେ । ଜିଲ୍ଲାର ୭ ଗୋଟି ବ୍ଲକରୁ ୬୦ ଜଣ ବାଳିକା ପ୍ରତିଯୋଗୀ ବକ୍ତତା, ରଚନା, କୁଇଜ୍ ଏବଂ ଝୋଟି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ଅପରାହ୍ନରେ ଉଦ୍ ଯାପନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ, ବରେଣ୍ୟ ଅତିଥି ରୂପେ ଉପଖଣ୍ଡ ସାମାଜିକ ଅଧିକାରୀ ଶ୍ରୀମତୀ ସସ୍ମିତା ସ୍ୱାଇଁ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଖଇରପୁଟ ଶ୍ରୀମତୀ ଶିବାନୀ ମୁଦୁଲି, ଯୋଜନା ସଂଯୋଜିକା ସମଗ୍ର ଶିକ୍ଷା ଶ୍ରୀମତୀ ବିଜୟଲକ୍ଷ୍ମୀ ଚୌଧୁରୀ ଯୋଗ ଦେଇଥିବା ବେଳେ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ଶକୁନ୍ତଳା ମାଝୀ ସଭାରେ ସଭାପତିତ୍ୱ କରିଥିଲେ । ଅତିଥି ମାନେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ମୁଖ୍ୟ ଅତିଥି ବାଳିକା ଶିକ୍ଷାର୍ଥୀଙ୍କୁ ନିଜ ମଧ୍ୟରେ ଆତ୍ମବିଶ୍ୱାସ ସହ ସଶକ୍ତ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମଟିକୁ ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ସେନାପତି ମଞ୍ଚ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଶ୍ରୀ ଦେବରାଜ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର ଶିକ୍ଷା, ମାଲକାନଗିରିରୁ ଶ୍ରୀ ସୀତାରାମ ଗୌଡ, ସଂଯୋଜକ ଶ୍ରୀ ଶେଷ ଶଙ୍କର ମହାଳିକ, ଶିକ୍ଷକ ଶ୍ରୀ ସମୀରକାନ୍ତ ରଥ, ଶ୍ରୀ ରାମପ୍ରସାଦ ପାଢୀ, ଶ୍ରୀ ସୁକୁମାର ପଣ୍ଡା, ଶ୍ରୀ ନୂତନ ମଲ୍ଲିକ, ଶ୍ରୀମତୀ ମିତା ରାଉତ, ଶ୍ରୀ କାଳୁଚରଣ ମହାରଣା, ଶ୍ରୀମତୀ ମିତୁସ୍ମିତା ବେହେରା, ଶ୍ରୀ ସନାତନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

  • Related Posts

    ଉଦ୍ୟାନର ଭ୍ରମ ସୃଷ୍ଟି କରୁଛି ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସରକାରୀ ବାସଭବନ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାନବ ସମାଜ ପ୍ରକୃତିର କୋଳରୁ ଜନମ ନେଇଛି ହେଲେ ପ୍ରକୃତିକୁ ଭଲ ପାଇବାରେ ସର୍ବଦା ବ୍ୟତିକ୍ରମ କରିବା ସହ ତା’ର ବିପରୀତ ଦିଗରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ମଣିଷ ଏତେ ସ୍ବାର୍ଥପର ହୋଇଯାଇଛି ଯେ କେବଳ ନିଜର ବିକାଶ…

    ଜିଲ୍ଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ।।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ସଦର ମହକୁମାଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ର ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ…

    Leave a Reply

    Your email address will not be published. Required fields are marked *

    You cannot copy content of this page