
ଭେଟେରାନ୍ ସାମ୍ବାଦିକ ଦିଲୀପ ଶତପଥୀ ସମ୍ମାନରେ ସମ୍ମାନିତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ଭୁବନେଶ୍ବର ସ୍ଥିତ ଜୟଦେବ ଭବନରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଅନୁଷ୍ଠିତ ହୋଇଥିବ ଜାତୀୟ ଗଣମାଧ୍ୟମ ଦିବସ ଅବସରରେ ସମ୍ମାନିତ ହେଲେ ଉପାନ୍ତ ମାଲକାନଗିରି ଜିଲ୍ଲାର ସୁରଜ କୁମାର ବେହେରା। ଚଳିତ ବର୍ଷ ତାଙ୍କୁ ଦିଲୀପ ଶତପଥୀ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯାଇଛି।ଏହି ସମ୍ମାନ ପ୍ରଦାନ କରିଛନ୍ତି ମୁଖ୍ୟ ଅତିଥି ରୂପେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହାମହିମ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟବକ୍ତା ବାଚସ୍ପତି ସୁରମା ପାଢୀ, ଅନୁଷ୍ଠାନର ସାଧାରଣ ସମ୍ପାଦକ ସନତ୍ ମିଶ୍ର, ସଭାପତି ପ୍ରଦୋଷ ପଟ୍ଟନାୟକ, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି,ଜାତୀୟ ସାମ୍ବାଦିକ କଲ୍ଯାଣ ବୋର୍ଡ ଓଡିଶାର ଅଧ୍ୟକ୍ଷ ଦୀପକ ମାଲବ୍ୟ ପ୍ରମୁଖ।ତେବେ ଉପାନ୍ତ ମାଲକାନଗିରି ଜିଲ୍ଲାର ଜଣେ ଯୁବ ସାମ୍ବାଦିକ ଭାବେ ରାଜ୍ୟ ସ୍ତରରେ ସମ୍ମାନିତ ହୋଇଥିବା ସୂରଜ ବେହେରା ହେଉଛନ୍ତି ଏମଭି-୭୯ ଗ୍ରାମର ପିତା ଶ୍ରୀକାନ୍ତ ବେହେରା ଏବଂ ମାଆ ଅନିତା ବେହେରାଙ୍କ ପୁତ୍ର। ଦିଲୀପ ଶତପଥୀ ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଥିଲେ। କେବଳ ଅର୍ଥନୀତି, ଶିଳ୍ପ ଓ ବାଣିଜ୍ୟ ବିଷୟ ନୁହେଁ, ରାଜନୀତିକ , ସାମାଜିକ , ଶିକ୍ଷା କ୍ଷେତ୍ର ବ୍ୟତୀତ ଅନ୍ୟାନ୍ୟ ବିଷୟରେ ମଧ୍ୟ ତାଙ୍କର ଗଭୀର ଦକ୍ଷତା ରହିଥିଲା। ଶ୍ରୀ ଶତପଥୀ ଅର୍ଥନୀତି ସାମ୍ବାଦିକତା ବା ଇକୋନୋମିକ୍ସ ଜର୍ଣ୍ଣାଲିଜିମ୍କୁ ନିଜ କ୍ୟାରିୟର ଭାବରେ ବାଛି ନେଇଥିଲେ। ସେ ଦୀର୍ଘ ବର୍ଷ ଧରି ବିଜିନେସ୍ ଷ୍ଟାଣ୍ଡର୍ଡ ଭଳି ଜାତୀୟ ଖବରକାଗଜରେ ବିଭିନ୍ନ ପଦପଦବୀରେ ରହିବା ସହ ଓଡ଼ିଶା ମୁଖ୍ୟ ପଦବୀରେ ବହୁ ବର୍ଷ ଧରି କାର୍ଯ୍ୟ କରିଥିଲେ। ତେବେ ମାଲକାନଗିରି ଜିଲ୍ଲାର ସୂରଜ ବେହେରା ଦିଲୀପ ଶତପଥୀ ମୋମୋରିଆଲ ସିଲ୍ଡ ପାଇବା ନିଶ୍ଚିତ ଭାବେ ଗୌରବର ବିଷୟ।ସୂରଜ ପିଲାଟି ଦିନରୁ ସାମ୍ବାଦିକତାରେ ରୁଚି ରଖିଥିବା ହେତୁ ଆଜି ଏହି ସଫଳତାକୁ ଛୁଇଁ ପାରିଛନ୍ତି ଏବଂ ଭବିଷ୍ୟତର ସମସ୍ତ ଯୁବ ସାମ୍ବାଦିକ ଦିଲୀପ ଶତପଥୀଙ୍କ ଭଲି ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ଓ ତାଙ୍କର ବଳିଷ୍ଠ ଆଦର୍ଶକୁ ମାନି ଚଳିବାରେ ଆବଶ୍ୟକତା ରହିଛି ବୋଲି ସୁରଜ କହିଛନ୍ତି। ପୂର୍ବରୁ ମଧ୍ୟ ସୁରଜ ସାମ୍ବାଦିକତା ଶିକ୍ଷା ପାଇଁ ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହୋଇଛନ୍ତି। ସମସ୍ତ ମଞ୍ଚାସୀନ ଅତିଥିମାନଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହେବା ସହ ମାଲକାନଗିରି ଜିଲ୍ଲାର ଜଣେ ଯୁବ ସାମ୍ବାଦିକ ଭାବେ ଏହି ସଫଳତା ପାଇଥିବାରୁ ସୁରଜଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟୁଛି।