ପୁଲିସ ନକ୍ସଲ ଗୁଳି ବିନିମୟ ; ଟଳିଲେ ୪ ନକ୍ସଲ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ଏକ ଭୀଷଣ ଏନକାଉଣ୍ଟର ଘଟଣାରେ ୪ ମାଓବାଦୀ ନିହତ ହେବା ସହ ଅନେକ ମାଓବାଦୀ ଆହତ ହୋଇଥିବା ଅନୁମାନ କରୁଥିବା ବେଳେ ଏହି ଏନକାଉଣ୍ଟରରେ ଦୁଇ ଯବାନ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ ସୀମାନ୍ତ ଛତିଶଗଡ ରାଜ୍ୟର ନାରାୟଣପୁର ଜିଲ୍ଲାର ସୋନପୁର ଥାନା ଅନ୍ତର୍ଗତ ଟେକୁମେଟା ଓ କାକୁର ଗାଁ ମଧ୍ୟସ୍ଥ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ଏବଂ ପୁଲିସ ମଧ୍ୟରେ ଭୀଷଣ ଗୁଳି ବିନିମୟ ହୋଇଥିଲା। ଘଟଣା ସ୍ଥଳରୁ ୪ ମାଓବାଦୀଙ୍କ ମୃତଦେହ ସହିତ ଏକ ଅଟୋମେଟିକ୍ ବୋର ବନ୍ଧୁକ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପୁଲିସ ଜବତ କରିଛି।ସୁରକ୍ଷାବାହିନୀ ସହିତ ନକ୍ସଲ କେନ୍ଦ୍ରୀୟ କମିଟି ସଦସ୍ୟ ଅଭୟ ସମେତ ସାଥି ମାଓବାଦୀ ନାରାୟଣପୁର ଏବଂ ମହାରାଷ୍ଟ୍ର ସୀମାନ୍ତ ଅଞ୍ଚଳରେ ବୈଠକ କରୁଥିବା ସୂଚନା ପାଇବା ପରେ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।ଏହି ଅପରେସନରେ ଛତିଶଗଡ-ମହାରାଷ୍ଟ୍ର ରାଜ୍ୟର କେନ୍ଦ୍ରୀୟ ବାହିନୀ ଭାଗ ନେଇଥିଲେ ବୋଲି ବସ୍ତର ପୁଲିସ ଆଇଜି ସୁନ୍ଦରରାଜ ପି ସୂଚନା ଦେବା ସହ ଏନକାଉଣ୍ଟରକୁ ସୁନିଶ୍ଚିତ କରିଛନ୍ତି।

  • Related Posts

    ନକ୍ସଲଙ୍କ ହିନ ଯୋଜନା ବିଫଳ, ୪ ଆଇଇଡି ଉଦ୍ଧାର ; ଏଚଇ ବୋମା ଯୁକ୍ତ ୧୦ କିଗ୍ରା ଆଇଇଡି ନିଷ୍କ୍ରିୟ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁରରେ ସୁରକ୍ଷା ବାହିନୀ ୪ ଆଇଇଡି ଠାବ କରି ନିଷ୍କ୍ରିୟ କରିଛି।ପ୍ରଥମ ଥର ପାଇଁ ନକ୍ସଲମାନେ ୧୦ କିଗ୍ରା ଆଇଇଡିରେ ଜୀବନ୍ତ ଏଚଇ ବୋମା ଲଗାଇଛନ୍ତି। ଯାହାକି ଏକ ଶକ୍ତିଶାଳୀ ବୋମା।ପୋଲିସ କହିବାନୁଯାୟୀ…

    ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ପେପର ବାଲଟ୍ ପ୍ରଣାଳୀ ପୁନଃ ପ୍ରତିଷ୍ଠା ପାଇଁ ଏକ ଜନହିତ ଯାଚିକା ଖାରଜ।

    କଟକ(କ୍ରୋନିକ ଓଡ଼ିଶା)ସର୍ବୋଚ୍ଚ ନ୍ୟାୟାଳୟ ଆଜି ଭାରତୀୟ ନିର୍ବାଚନରେ ପେପର ବାଲଟ୍ ପ୍ରଣାଳୀକୁ ପୁନଃ ପ୍ରବର୍ତ୍ତନ ପାଇଁ ଦାଖଲ ହୋଇଥିବା ଜନହିତ ଯାଚିକାକୁ ଖାରଜ କରିଦେଲେ। ଯାଚିକାକାରୀ ଡା. କୌଲ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌ (ଇଭିଏମ)ର ବିଶ୍ୱସନୀୟତା ନେଇ ଆଶଙ୍କା ଉଠାଇଥିଲେ ଏବଂ…

    Leave a Reply

    Your email address will not be published. Required fields are marked *

    You cannot copy content of this page