ଛାଡଖାଇ ଭୋଜିରୁ ଫେରୁଥିବା ଯୁବକଙ୍କୁ ଭୁଜାଲି ଆକ୍ରମଣ : ଯୁବକ ଆହାତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରର ଜଣେ ଯୁବକଙ୍କୁ ଭୁଜାଲି ଆକ୍ରମଣ। ଯୁବକ ଜଣକ ଗୁରୁତର ଆହାତ ହୋଇଥିବା ଜଣାପଡିଛି।ମିଳିଥିବା ସୂଚନାନୁଯାୟୀ ବାଲିମେଳା ସହରର କିଛି ଯୁବକ ଛାଡଖାଇ ଭୋଜି କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେଠାରେ ଭୋଜି ସାଙ୍ଗକୁ ମଦ ମାଂସର ଆସର ଜମିଥିବା କୁହାଯାଉଛି। ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଛାଡଖାଇ ଭୋଜି ସାରି ଘରକୁ ଫେରିବା ବେଳେ ନିଶାସକ୍ତ ଅବସ୍ଥାରେ କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା ବୋଲି ସୂଚନା।ପରେ ଏହା ଉଗ୍ର ରୂପ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଛୁରି , ଭୁଜାଲି ମଧ୍ୟ ବୁଲିଥିଲା। ଫଳରେ ଭୁଜାଲି ଆକ୍ରମଣରେ ଜଣେ ଯୁବକ ଆହାତ ହୋଇଥିବା ଜଣାପଡିଛି। ଆହତ ହୋଇଥିବା ଯୁବକ ପିଣ୍ଟୁ ବାଘ ବୋଲି କୁହାଯାଉଛି। ଆହତ ଯୁବକକୁ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ନିକଟସ୍ଥ ବାଲିମେଳା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ କିନ୍ତୁ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ତେବେ ଗଣ୍ଡଗୋଳ ସମ୍ପର୍କରେ ଖବର ପାଇ ଓର୍କେଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ଓର୍କେଲ ଥାନାଧିକାରୀ ଧିରେନ ପଟ୍ଟନାୟକଙ୍କୁ ପଚାରିବାରୁ ମାମଲା ରୁଜୁ କରାଯାଇଛି ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଜଣାପଡିବ ବୋଲି କହିଛନ୍ତି।

  • Related Posts

    ନକ୍ସଲଙ୍କ ହିନ ଯୋଜନା ବିଫଳ, ୪ ଆଇଇଡି ଉଦ୍ଧାର ; ଏଚଇ ବୋମା ଯୁକ୍ତ ୧୦ କିଗ୍ରା ଆଇଇଡି ନିଷ୍କ୍ରିୟ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁରରେ ସୁରକ୍ଷା ବାହିନୀ ୪ ଆଇଇଡି ଠାବ କରି ନିଷ୍କ୍ରିୟ କରିଛି।ପ୍ରଥମ ଥର ପାଇଁ ନକ୍ସଲମାନେ ୧୦ କିଗ୍ରା ଆଇଇଡିରେ ଜୀବନ୍ତ ଏଚଇ ବୋମା ଲଗାଇଛନ୍ତି। ଯାହାକି ଏକ ଶକ୍ତିଶାଳୀ ବୋମା।ପୋଲିସ କହିବାନୁଯାୟୀ…

    ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ପେପର ବାଲଟ୍ ପ୍ରଣାଳୀ ପୁନଃ ପ୍ରତିଷ୍ଠା ପାଇଁ ଏକ ଜନହିତ ଯାଚିକା ଖାରଜ।

    କଟକ(କ୍ରୋନିକ ଓଡ଼ିଶା)ସର୍ବୋଚ୍ଚ ନ୍ୟାୟାଳୟ ଆଜି ଭାରତୀୟ ନିର୍ବାଚନରେ ପେପର ବାଲଟ୍ ପ୍ରଣାଳୀକୁ ପୁନଃ ପ୍ରବର୍ତ୍ତନ ପାଇଁ ଦାଖଲ ହୋଇଥିବା ଜନହିତ ଯାଚିକାକୁ ଖାରଜ କରିଦେଲେ। ଯାଚିକାକାରୀ ଡା. କୌଲ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌ (ଇଭିଏମ)ର ବିଶ୍ୱସନୀୟତା ନେଇ ଆଶଙ୍କା ଉଠାଇଥିଲେ ଏବଂ…

    Leave a Reply

    Your email address will not be published. Required fields are marked *

    You cannot copy content of this page