
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗନାର ମୁଲୁଗୁ ଜିଲ୍ଲାରେ ପୋଲିସ ଦ୍ଵାରା ତଲାସି ଅଭିଯାନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ। ସୂଚନା ଅନୁଯାୟୀ ମୁଲୁଗୁ ତାଡବାଇ ମଣ୍ଡଳର ବାନ୍ଧଲ ସଂରକ୍ଷିତ ଜଙ୍ଗଲରେ ମାଓ ଦମନ ପାଇଁ ପୋଲିସ ପକ୍ଷରୁ ତଲାସି ଅଭିଯାନ ହୋଇଥିଲା। ଏହି ସମୟରେ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ଦ୍ଵାରା ଲୁଚା ଯାଇଥିବା ଡମ୍ପକୁ ଠାବ କରିଥିଲେ। ଏହି ଡମ୍ପରୁ ପୋଲିସ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ। ଏହି ସାମଗ୍ରୀ ଗୁଡିକୁ ମାଓବାଦୀଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ବେଳେ ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ତିନୋଟି ବନ୍ଧୁକ ଏବଂ ୧୬୫ଟି ଗୁଳି ଜବତ କରାଯାଇଛି। ଏହାପରେ ସେହି ଅଞ୍ଚଳରେ ତଲାସି ଅଭିଯାନକୁ ଆହୁରି ଜୋରଦାର କରାଯାଇଛି।