ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର କୋଣ୍ଡାଗାଓଁର ବରଦା ଗାଁ ନିବାସୀ ହରିଲାଲ ନାଗ କୌଣସି କାରଣରୁ ଆତ୍ମହତ୍ୟା କରିଥିବା ଜଣାପଡିଛି। ଛତିଶଗଡ ରାଜ୍ୟର ବସ୍ତର ଫାଇଟର୍ସ ବାହିନୀରେ ନିଯୁକ୍ତି ପାଇଥିଲେ। ସେ ଧନୋରା ପୁଲିସ ଥାନାରେ ମୁତୟନ ହୋଇଥିଲେ।
କିଛି ଦିନ ପୂର୍ବରୁ ନକ୍ସଲ କାର୍ଯ୍ୟକଳାପ ଏବଂ ଗତିବିଧି ସମ୍ପର୍କରେ ସୂଚନା ଜୁଟାଇବାକୁ ତାଙ୍କ ଗୃହ ଗାଁକୁ ଆସିଥିଲେ। ଏହା ମଧ୍ୟରେ ସେ ଘରେ ଶୋଇଥିବା ସମୟରେ ନିଜ ସର୍ଭିସ୍ ପିସ୍ତଲରୁ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିଲେ।
ଏହି ଘଟଣା ପରେ ସୂଚନା ପାଇ ଉରୁନ୍ଦାବେଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପିସ୍ତଲ ଓ ତାଙ୍କର ମୋବାଇଲ ଜବତ କରିଛି।
ଏହି ଘଟଣା ପ୍ରଘଟ ପାଇବା ପରେ ଫରାସଗାଓଁ ଏସଡିଏପି ଅନିଲ ବିଶ୍ୱକର୍ମା ଏବଂ କେଶକଲ ଏସଡିଓପି ଭୂପତ ସିଂ ଘଟଣା ସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ମାମଲାର ତଦନ୍ତ ଜାରି ରହିଛି।