ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାର ଉସୁର-ବାସାଗୁଡା-ପମେଡ ଅଞ୍ଚଳରେ ପୁଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଉଭୟ ପାର୍ଶ୍ୱରୁ ମଧ୍ୟବର୍ତ୍ତୀ କାଳୀନ ଗୁଳି ବିନିମୟ ଚାଲିଛି। ଏହି ଏନକାଉଣ୍ଟରରେ ପୁଲିସ ଦୁଇ ନକ୍ସଲଙ୍କୁ ହତ୍ୟା କରିଛି। ସର୍ଚ୍ଚ ଅପରେସନରେ ନିୟୋଜିତ ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି। ସର୍ଚ୍ଚ ଅପରେସନ୍ ଚାଲିଛି । ଏହାକୁ ବସ୍ତର ଆଇଜି ସୁନିଶ୍ଚିତ କରିଛନ୍ତି।
ବିଜାପୁର ଜିଲ୍ଲାର ଉସୁର-ବାସାଗୁଡା-ପମେଡ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ମିଳିତ ପୁଲିସ ପାର୍ଟି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ରାତି ୧୧ ଟାରୁ ପୁଲିସ ପାର୍ଟି ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଉଭୟ ପଟୁ ମଝିରେ ମଝିରେ ଗୁଳି ଚଳାଇବା ଜାରି ରହିଥିବା ବେଳେ ଯବାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ବୋଲି ବସ୍ତର ଆଇଜି ସୁନିଶ୍ଚିତ କରିଛନ୍ତି।