ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ମହାବିଦ୍ୟାଳୟ ସଭାଗୃହରେ ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧ ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଆତ୍ମହତ୍ୟା ଠାରୁ ଦୁରେଇ ରହିବା ପାଇଁ ଉଦବୋଧନ ଦେଇଥିଲେ ଏବଂ ନିଶା ଠାରୁ ନିବୃତ୍ତ ରହିବା ପାଇଁ ଉପଦେଶ ଦେଇଥିଲେ। ସମ୍ମାନିତ ଅତିଥି ମହାବିଦ୍ୟାଳୟର ବରିଷ୍ଠ ପ୍ରଧ୍ୟାପକ ଅଶୋକ କୁମାର ଷଡ଼ଙ୍ଗୀ ଯୋଗଦାନ କରି ଆତ୍ମହତ୍ୟା ପ୍ରତିରୋଧ ଦିବସର ଗୁରୁତ୍ୱ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ମନୋବୈଜ୍ଞାନିକ ଡ଼ଃ. ଜ୍ଞାନରଞ୍ଜନ ମହାପାତ୍ର ଏହି ସଭାର ମୁଖ୍ୟ ବିଷୟବସ୍ତୁ “ଆତ୍ମହତ୍ୟା ବିଷୟରେ ଗଳ୍ପକୁ ପରିବର୍ତ୍ତନ କରିବା ” ବିଷୟରେ ସନ୍ଦର୍ଭ ଉପସ୍ଥାପନା କରିଥିଲେ। ମୁଖ୍ୟବକ୍ତା ବାଣିଜ୍ୟ ବିଭାଗ ମୁଖ୍ୟ ତଥା ଯୁବ ରେଡ଼କ୍ରସ ସଂଯୋଜକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଜିଲ୍ଲାରେ ଆତ୍ମହତ୍ୟା ବୃଦ୍ଧି ପାଇଁ ଉଦବେଗ ପ୍ରକାଶ କରିବା ସହିତ ଅହଂକାର ଆତ୍ମହତ୍ୟା ମୁଖ୍ୟ କାରଣ ବୋଲି ଦର୍ଶାଇଥିଲେ। ଅନ୍ୟତମ ମୁଖ୍ୟଅତିଥି ଡ଼ଃ. ସୁବ୍ରତ କୁମାର ଜେନା “ପ୍ରତିରୋଧ ଉପଚାର ଠାରୁ ଭଲ “ବିଷୟରେ ଉଦବୋଧନ ଦେଇଥିଲେ। ସଭା ଆରମ୍ଭରେ ଅତିଥିମାନେ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଅଧିକାରୀ ଗୌତମ ନାୟକ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଲେଫ୍ଟନାଣ୍ଟ ସୁଶାନ୍ତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ ଅଧ୍ୟାପକ ସମେତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି କୌଣସି ପ୍ରତିକୂଳ ପରିସ୍ଥିତିରେ ବିଚଳିତ ନହେବା ସହ ଆତ୍ମହତ୍ୟା ନକରିବା ପାଇଁ ଶପଥ ପାଠ କରିଥିଲେ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…