ଜିଲ୍ଲା ଲୟର ଆସୋସିଏସନ ଦ୍ବାରା ଛାତ୍ରଛାତ୍ରୀଙ୍କୁ କମ୍ବଳ ବଣ୍ଟନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲା ମାଥିଲି ସଦର ନୂଆଗୁଡା ସ୍ଥିତ ଡ଼ଃ ବାବା ସାହେବ ଆମ୍ବେଦକର ବିଦ୍ୟାଳୟରେ ଆଜି ଜିଲ୍ଲା ଲୟର ଆସୋସିଏସନ୍ ଦ୍ବାରା କମ୍ବଳ ବଣ୍ଟନ କରାଯାଇଛି । ମାଲକାନଗିରି ଲୟର ଆସୋସିଏସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨ ଶହ ରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ କମ୍ବଳ ଓ ବେଡସିଟ୍ ପ୍ରଦାନ କରାଯାଇଥିଲା। ଜିଲା ଲୟର ଆସୋସିଏସନ ସଭାପତି ନୃସିଂହ ଚରଣ ମହାନ୍ତିଙ୍କ ନେତୃତ୍ବରେ ସ୍ଥାନୀୟ ଓ ଜିଲ୍ଲା ଆଇନଜୀବି ମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସାଧାରଣ ଓ ଗରିବ ଶ୍ରେଣୀର ଆଦିବାସୀ ଛାତ୍ରଛାତ୍ରୀମାନେ ଚଳିତ ଶୀତ ଋତୁରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାଥିଲି ବ୍ଲକର ସ୍ଥାନୀୟ ଆଦିବାସୀ ପିଲାଙ୍କୁ ନେଇ ମାଥିଲି ସଦର ଠାରେ ଡ଼ଃ ଭୀମାରାଓ ଆମ୍ବେଦକରଙ୍କ ନାମରେ ଏକ ଇଂରାଜୀ ବିଦ୍ୟାଳୟ ରହିଛି।ତେବେ ଏହି ବିଦ୍ୟାଳୟର ସମସ୍ତ ଗରିବ ପିଲାଙ୍କ ପାଇଁ ଲୟର ଆସୋସିଏସନ୍ ତରଫରୁ କମ୍ବଳ ଓ ବେଡସିଟ୍ ଯୋଗାଇ ଦିଆଯାଇଥିଲା। ୨ ଶହ ରୁ ଅଧିକ ପିଲାଙ୍କୁ ଶୀତ ଜାଡରୁ ରକ୍ଷା ପାଇଁ ଏହା ଏକ ପ୍ରୟାସ ମାତ୍ର ବୋଲି ଲୟର ଆସୋସିଏସନ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।ମାଲକାନଗିରି ଜିଲା ଲୟର ଆସୋସିଏସନ୍ ତରଫରୁ ଅନେକ ସେଚ୍ଛାସେବୀ ସମାଜ ସୁଧାର କାର୍ଯ୍ୟ କରୁଥିବା ବେଳେ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ଅଂଚଳକୁ ଯାଇ ଲୋକଙ୍କ ଆଇନ ସମ୍ବନ୍ଧରେ କାର୍ଯ୍ୟ କରି ନ୍ୟାୟ ଦେବାକୁ ପଦକ୍ଷେପ ନିଆଯିବ ବୋଲି ଆସୋସିଏସନ ତରଫରୁ ସୂଚନା ଦିଆଯାଇଛି । କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନ୍ ର ଉପ ସଭାପତି ଅମିତ କୁମାର ବେବର୍ତ୍ତା , ଆଇନଜୀବୀ ହେମନ୍ତ କୁମାର ରାଜୁ , ଜୋସେବ ଜେମ୍ପସ , ବିଜୁ ସରକାର , ଭୂଦେବ ମହାନିନ୍ଦିଆ , ବସନ୍ତ ସଗରିଆ , ରୁମ୍ପା ଦେବନାଥ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page