ଭାଙ୍ଗିଲା ପିଲିଗାଡା ବ୍ରିଜ ଆନ୍ଧ୍ର ,ତେଲେଙ୍ଗାନା ଓଡିଶା ମଧ୍ୟରେ ଯୋଗାଯୋଗ ବିଛିନ୍ନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରେ ଲଗାତାର ତିନି ଚାରି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ଭାଙ୍ଗିଲା ପିଲିଗାଡା ଠାରେ ଥିବା ବ୍ରିଜ।ଓଡିଶାରୁ ଆନ୍ଧ୍ରକୁ ଯୋଗା ଯୋଗ କରୁଥିବା ପିଲିଗାଡା ବ୍ରିଜର ଗୋଟିଏ ପାର୍ଶ୍ଵ ସମ୍ପୂର୍ଣ ଭାଙ୍ଗି ଯାଇଛି।ଗତକାଲି ରାତିରୁ ବ୍ରିଜ ଉପରେ ତିନି ଫୁଟ ଉଚ୍ଚର ପାଣି ଚାଲିଛି। ପ୍ରବଳ ପାଣି ସୂଅରେ ପ୍ରାୟ ଦୁଇଶହ ମିଟର ରାସ୍ତା ସମ୍ପୂର୍ଣ ରୂପେ ଧୋଇ ଯାଇଛି। ପାଖରେ ନୂତନ ବ୍ରିଜ ନିର୍ମାଣ କରୁଥିବା ଠିକା ସଂସ୍ତାର ଏକ ଜେସିବି, ରୋଡ଼ ରୋଲର ଭାସି ଯାଇଥିବା ଥିବା ଠିକା ସଂସ୍ଥାର କର୍ମଚାରୀ ପ୍ରକାଶ କରିଛନ୍ତି। ତେବେ ପିଲିଗାଡା ବ୍ରିଜ ଭାଙ୍ଗିବା ଫଳରେ ଓଡ଼ିଶା , ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ସୀମାନ୍ତ ଗାଁରେ ବସବାସ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ବ୍ୟବସାୟୀଙ୍କର ବେପାର ବଣିଜରେ ସମସ୍ୟା ସୃଷ୍ଟି ହୋଇଛି। ଅଞ୍ଚଳବାସୀଙ୍କ ସମ୍ପର୍କୀୟ ବନ୍ଧୁବାନ୍ଧବଙ୍କ ସମ୍ପର୍କ ଏକ ପ୍ରକାର ଛିନ୍ନ ହୋଇଯାଇଛି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page