ଚିତ୍ରଗିରି ସାହିତ୍ୟ ସଂସଦର ନୂଆଁଖାଇ ଭେଟଘାଟ।

ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ସୋମବାର ଦିନ ଚିତ୍ରଗିରି ସାହିତ୍ୟ ସଂସଦର ନୂଆଁଖାଇ ଭେଟଘାଟ ଓ କବିତା ପାଠ ଉତ୍ସବ ତଥା ଆଲୋଚନା ଚକ୍ର ଡି.ଏ.ଭି. ଗୁରୁକୁଳ (ଚିତ୍ରକୋଣ୍ଡା) ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅନୁଷ୍ଠାନର କବି କବୟିତ୍ରୀମାନେ ସେମାନଙ୍କ କବିତା ପାଠ କରିଥିଲେ ଏବଂ କଣ୍ଠଶିଳ୍ପୀ ବଳଭଦ୍ର ବିଶ୍ଵାଳ ଜଗନ୍ନାଥ ଜଣାଣ ଗାନ କରିଥିଲେ। ସଂସଦର ସଭାପତି ଗୌରହରି ସାହୁ ପ୍ରଥମେ ଶ୍ରୀଗଣେଶଙ୍କ ବିଗ୍ରହ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରି ଗଣେଶ ବନ୍ଦନା ଗାନ କରିଥିଲେ ଏବଂ ପରେ ସମ୍ପାଦକ ବାଲାଜୀ ସେଠୀ ସମ୍ପାଦକୀୟ ପାଠ କରିଥିଲେ। ପରେ କବିତା ଆସର କାର୍ଯ୍ୟକ୍ରମରେ କବି ନିରଦ କୁମାର୍ ଜେନା, ବ୍ରଜବନ୍ଧୁ ନାୟକ, ବାଲାଜୀ ସେଠୀ, ବୁଲୁ ସେଠୀ, ତ୍ରିନାଥ ଗୌଡ଼, ଜ୍ଞାନ ରଞ୍ଜନ ପଲେଇ ଓ କାହ୍ନୁ ଚରଣ ବେହେରା ସେମାନଙ୍କ କବିତା ପାଠ କରିଥିଲେ। ଭୋଜନ ବିରତି ପରେ ଆଲୋଚନା ଚକ୍ରରେ ଦକ୍ଷିଣ ଓଡ଼ିଶାର ଗଣପର୍ବ ନୂଆଁଖାଇ ବିଷୟରେ ସମାଜସେବୀ ଦେବେନ୍ଦ୍ର ଦାସ ଶିକ୍ଷାବିତ୍ ମନୋଜ କୁମାର ପାତ୍ର, ଅନନ୍ତ ମହାନ୍ତି, ଦୁର୍ଯ୍ୟୋଧନ ବେହେରା, ଶରତ କୁମାର ସାହୁ, ଭୀମ ନାୟକ, କୃଷ୍ଣଚନ୍ଦ୍ର ଡ଼ାକୁଆ ତଥା କାଳୀପ୍ରସାଦ ମିଶ୍ର ସେମାନଙ୍କ ମତ ଉପସ୍ଥାପନ କରିଥିବା ବେଳେ ସୁବାଷ ମାଝୀ, ବିଜୟ ନାୟକ, ଅନ୍ତର୍ଯ୍ୟାମୀ ଡାକୁଆ, ରାକେଶ ମହାରଣା ତଥା ଶ୍ରୀନିବାସ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ଭୂମିକା ନିର୍ବାହ କରିଥିଲେ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page