ସୁନାବେଡା:-(ଭେଙ୍କଟସ ରାଓ )
ସୁନାବେଡା ମିଗ୍ ନଗରୀ ସ୍ଥିତ ଭଞ୍ଜ ସଂସଦ ପକ୍ଷରୁ ସ୍ଥାନୀୟ ଔଦ୍ୟୋଗିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ରେ ବୃକ୍ଷ ରୋପଣ ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ ଗୋଟିଏ ଗଛ ମା‘ଙ୍କ ନାମରେ” ପାଳିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ହାଲ ମାନବ ସମ୍ବଳ ବିଭାଗର ମୁଖ୍ୟ ପ୍ରବନ୍ଧକ ଡି. ପି. ୱାକାଡ଼ିକର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଡ. ଅନିତା ଜୈନ, ଡ. ତନୟା ଜେନା ଏବଂ ଡ. ଅମିୟ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ନିଜେ ବୃକ୍ଷ ରୋପଣ କରିବା ସହ ଭଞ୍ଜ ସଂସଦ ର ଏହି ପ୍ରୟାସ କୁ ପ୍ରଶଂସା କରିଥିଲେ। ଭଞ୍ଜ ସଂସଦର ସଭାପତି କାଳୁ ଚରଣ ବେହେରା, କାର୍ଯ୍ୟକାରୀ ସଭାପତି ବିଘ୍ନେସ ପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ବିଜୟ କୁମାର ପାତ୍ର, ସାଂଗଠନିକ ସମ୍ପାଦକ ଅମର ବାଡତ୍ୟା, ସେବା ଓ ପରିବେଶ ସମ୍ପାଦକ ସୁରେଶ ଲେଙ୍କା ଙ୍କ ତତ୍ତ୍ଵାବଧାନରେ ବିଭିନ୍ନ କିସମର ଶତାଧିକ ଚାରା ରୋପଣ କରାଯାଇଥିଲା। ସଂସଦର ଉପଦେଷ୍ଠା ବିନୟ ଚନ୍ଦ୍ର ପଟ୍ଟନାୟକ, ପ୍ରତାପ ଚନ୍ଦ୍ର ପାତ୍ର, ଶେଖ୍ ଇବ୍ରାହିମ, ସୁରେଶ କୁମାର ପାତ୍ର, ଉମାଶଙ୍କର ପାଣି, ଭଗବାନ ସ୍ବାଇଁ ତଥା କର୍ମକର୍ତ୍ତା ଯୋଗେନ୍ଦ୍ର ପ୍ରଧାନ, ସୁଦାମ ଦାସ, ଭାନି ପ୍ରସାଦ ନନ୍ଦ, ଅମର ବେହେରା, ଡଃ ଦେବଦତ୍ତ ଶତପଥୀ,ସନ୍ତୋଷ ସାହୁ, ଜିତେନ୍ଦ୍ର ସେନାପତି, ସନ୍ଦୀପ ପଟ୍ଟନାୟକ, ଦୁର୍ଯୋଧନ ସ୍ୱାଇଁ, ରବୀନ୍ଦ୍ରନାଥ ପ୍ରଧାନ, ପବିତ୍ର ରାଉଳ, ସନ୍ତୋଷ ଦଳେଇ, ଲଳିତ କୁମାର ପୃଷ୍ଟୀ, ବିଜୟ କୁମାର ସ୍ବାଇଁ, ଏନ୍. ପ୍ରସାଦ ଦୋରା, ପ୍ରଦୀପ କୁମାର ପଟ୍ଟନାୟକ, ଗୋବିନ୍ଦ ବଲ୍ଲଭ ପାଢ଼ୀ ଶ୍ରୀକାନ୍ତ ମହାରଣା, ସରୋଜ ଦାଶଙ୍କ ସମେତ ବହୁ ସଂଖ୍ୟାରେ ସଦସ୍ୟ ଯୋଗ ଦେଇ ଚାରା ରୋପଣ କରିବା ସହ ଉକ୍ତ ବୃକ୍ଷ ଗୁଡ଼ିକର ରକ୍ଷଣ ବେକ୍ଷଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଭବିଷ୍ୟତ ରେ ମଧ୍ୟ ଭଞ୍ଜ ସଂସଦ ପକ୍ଷରୁ ଏଭଳି ଜନ ହିତକାରୀ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…