ମାଲକାନଗିରି ପଡୋଶୀ ସୁକୁମା ଜବାହର ନବୋଦୟ ବିଦ୍ୟାଳୟରେ ଜଳବାୟୁ ପରିବର୍ତ୍ତନ ବିଷୟରେ ଆଲୋଚନା ଚକ୍ର ଉଦଘାଟିତ ହୋଇଯାଇଛି ।ଏହି ଆଲୋଚନା ଚକ୍ରକୁ ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ଜାଟକ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟର “ସବୁଜ ବାହିନୀ” ଅଧିକାରୀ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଯୋଗଦାନ କରି ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ଆଲୋଚନା ସହିତ ବୃକ୍ଷ ରୋପଣ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ମାଲକାନଗିରି ଜିଲ୍ଲା ଯୋଜନା ଏବଂ ସଂଚାଳନ ବିଭାଗର ଉପ ନିର୍ଦ୍ଦେଶକ ଗୋଲକ ଚନ୍ଦ୍ର ଦଳାଇ ଯୋଗଦାନ କରି ବୃକ୍ଷରୋପଣ ଓ ପର୍ଯ୍ୟାବରଣ ପ୍ରତି ସଚେତନତା ଅବଲମ୍ବନ ଓ ପ୍ଲାଷ୍ଟିକ ବର୍ଜନ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନଶିକ୍ଷକ ନୀଳକଣ୍ଠ ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ପ୍ରକୃତିକୁ ସଂରକ୍ଷଣ ଏବଂ ଏହାର ରକ୍ଷାରେ ଜନସମାଜର ଦାୟିତ୍ୱ ବିଷୟରେ ଆଲୋଚନା କରିଥିଲେ । ଗଣିତ ଅଧ୍ୟାପକ ରାକେଶ କୁମାର ଓଟା ସ୍ୱାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ । ଆଲୋଚନା ଚକ୍ର ଶେଷରେ କ୍ୟାମ୍ପସ ପରିସରରେ ଶତାଧିକ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରୋସନଲାଲ ସିଂ, ରୁଦ୍ର ମଜୁମଦାର, ଜି. ଭରତ, ହଂସମୁଖ ଜାଵଗିନ,ଏନ.ଭି.ରାଓ, ଲକ୍ଷ୍ମୀଧର ମାଟି ପ୍ରମୁଖ ସହଯୋଗ କରିଥିଲାବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଶେଷରେ ସୁଶ୍ରୀ ଆରତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…