
ଆଜି ନବରଙ୍ଗପୁର ସାଂସଦ ମାନ୍ୟବର ବଳଭଦ୍ର ମାଝୀ ମାଲକାନଗିରି ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ କରିଥିଲେl ବିଦ୍ୟାଳୟର ଅଧ୍ୟକ୍ଷ ଡ଼ କୈଳାଶ ମୀନାଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟ କର୍ମଚାରୀଙ୍କ ସହ ବିଦ୍ୟାଳୟର ଏନସିସି କ୍ୟାଡେଟ ମାନେ ଗାର୍ଡ ଅଫ ଅନର ଦେଇ ସାଂସଦ ଶ୍ରୀ ମାଝିଙ୍କୁ ପାଛୋଟି ନେଇଥିଲେ।ସାଂସଦ ଶ୍ରୀ ମାଝୀ ବିଦ୍ୟାଳୟ ବୁଲି ବିଭିନ୍ନ ସୁବିଧା ଅସୁବିଧା କଥା ବୁଝିଥିଲେ ଏବଂ ବିଦ୍ୟାଳୟର ସମସ୍ୟା ଦୂର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଛାତ୍ରଛାତ୍ରୀ ମାନଙ୍କ ସହିତ କିଛି ସମୟ ବିତାଇବା ପରେ ଉଚ୍ଚ କାମନା ସହ ପାଠ ପଢ଼ିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ସଂଚାଳନ ସମିତିର ସଦସ୍ୟ ମାଣିକଲାଲ ଚକ୍ରବର୍ତ୍ତୀ ଏବଂ ଡ଼ ରଞ୍ଜନ କୁମାର ସ୍ୱାଇଁ ସମେତ ସଞ୍ଜୟ ସରକାର , ନିମାଇଁ ପାଲ , ବିଜୟ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।