ଜଣେ ମହିଳା ନକ୍ସଲ ସମେତ ୨ ଲକ୍ଷ ଇନାମୀ ୫ ନକ୍ସଲଙ୍କ ଆତ୍ମସମର୍ପଣ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକମା ଜିଲ୍ଲାରେ ଚାଲିଥିବା ନକ୍ସଲ ବିଲୋପ ଅଭିଯାନ ଅଧୀନରେ ଛତିଶଗଡର ନକ୍ସଲବାଦ ବିଲୋପ ଏବଂ ପୁନର୍ବାସ ନୀତି ତଥା ନୟାଦ ନେଲା ନାର ଯୋଜନା ଏବଂ ଅତ୍ୟଧିକ ସମ୍ବେଦନଶୀଳ ଆଭ୍ୟନ୍ତରୀଣ ଅଞ୍ଚଳରେ କ୍ୟାମ୍ପ ପ୍ରତିଷ୍ଠା ହେତୁ ପୋଲିସର ପ୍ରଭାବ ବଢିବାରେ ଲାଗିଛି। ନକ୍ସଲ ସଂଗଠନରେ ସକ୍ରିୟ ଥିବା ଜଣେ ମହିଳା ନକ୍ସଲ ସମେତ ୫ ନକ୍ସଲଙ୍କ ପୁଲିସ ନିକଟରେ ଆତ୍ମସମର୍ପଣ।୧.ପୋଡିୟମ୍ ବୁଦରି (ମେହେତା ଆରପିସି କେଏଏମଏସ ସଦସ୍ୟା), ୨.ମଲାମ ଦେବା (ଗୋଲାପାଲି LOS ସଦସ୍ୟ, ୧ ଲକ୍ଷ ଇନାମୀ),୩. କାରତମ ହିଡମା (ସିଙ୍ଗାରାମ ଆରପିସି ଡିକେଏମଏସ ସଭାପତି,୧ ଲକ୍ଷ ଇନାମୀ) ୪. ମାଡବି ଯୋଗା(ସିଙ୍ଗାରାମ ଆରପିସି ମିଲିସିଆ ସଦସ୍ୟ) ଏବଂ ୫. ଦୁଧୀ ଯୋଗା (ଅରଲମପାଲୀ ପଞ୍ଚାୟତ ସିଏନ୍ଏମ୍ ଉପାଧ୍ୟକ୍ଷ)। ସମସ୍ତେ ସୁକମା ଜିଲ୍ଲା ଡେପୁଟି ସୁପରିଟେଣ୍ଡେଣ୍ଟ ନକ୍ସଲ ଓପ୍ସ ସୁକମା ଏବଂ ଅନନ୍ତ ହାନ୍ସ, ସହକାରୀ କମାଣ୍ଡାଣ୍ଟ ୧୩୧ ବାହିନୀ ସିଆରପିଏଫ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି।ଉପରୋକ୍ତ ସମସ୍ତ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ନିଷିଦ୍ଧ ନକ୍ସଲ ସଂଗଠନରେ ଯୋଗ ଦେଇଥିଲେ ଏବଂ ପୁଲିସ୍ ପାଟ୍ରୋଲିଂ ପାର୍ଟି ଉପରେ ରୈକି କରି ଆକ୍ରମଣ, ପୁଲିସ୍ ପାର୍ଟି ଯାଉଥିବା ରାସ୍ତାରେ ସ୍ପାଇକ୍ / ବୋମା ଲଗାଇବା, ରାସ୍ତା ଖୋଳିବା, ମୁଖ୍ୟ ରାସ୍ତା ଅବରୋଧ କରିବା ଭଳି ବିଭିନ୍ନ ନକ୍ସଲ ହିଂସା ଓ କାର୍ଯ୍ୟକଳାପ ଲିପ୍ତ ଥିଲେ। ପ୍ରଶାସନ ବିରୋଧରେ ବ୍ୟାନର ଲଗାଇବା, ନକ୍ସଲ ପାମ୍ପଲେଟ୍ ବାଣ୍ଟିବା ଏବଂ ଅନ୍ୟାନ୍ୟ ହିଂସା ଘଟଣାରେ ଜଡିତ ଥିଲେ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page