କଲବଲ କରୁଛି କ୍ୟାନ୍ସର ରୋଗ। ଚିକିତ୍ସା ପରେ କମିବା ବଦଳରେ ବଢ଼ିବାରେ ଲାଗିଛି। ଅନ୍ୟପଟେ ଅର୍ଥ ଅଭାବରୁ ଚିକିତ୍ସା କରାଇ ନ ପାରି ରୋଗ ସହ ସଂଗ୍ରାମ କରୁଛନ୍ତି ଯୁବକ। କିଛି ଏପରି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ଭୁବନପଲ୍ଲୀ ଗ୍ରାମରୁ।ଗ୍ରାମର କୁଞ୍ଜ ମୁକେଶ ନାମକ ଯୁବକ ଦୀର୍ଘ ୬ମାସ ହେଲା କ୍ୟାନ୍ସର ରୋଗରେ ପୀଡ଼ିତ ଥିବାବେଳେ ଅସହ୍ୟ ଯନ୍ତ୍ରଣାରେ ଦିନ କାଟୁଛନ୍ତି। ମୁହଁରେ କ୍ୟାନସର୍ ହେବା ଫଳରେ ପୂର୍ବରୁ ଅପରେସନ କରିଥିଲେ ମୁକେଶ। ହେଲେ ଅପରେସନ ପରେ ରୋଗ ଭଲ ହେବା ବଦଳରେ ଅଧିକରୁ ଅଧିକ ବଢୁଥିବା ନେଇ ମୁକେଶ ଦୁଃଖରପ୍ରକାଶ କରିଛନ୍ତି । ନିଜ ନିକଟରେ ଅର୍ଥ ନ ଥିବାବେଳେ ଜୀବନ ବୋଝ ହୋଇପଡ଼ିଥିବା କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ମୁକେଶ।ନିଜ ରୋଗର ଚିକିତ୍ସା ପାଇଁ ମୁକେଶ ବିଭିନ୍ନ ସ୍ଥାନରେ ସ୍ଵାସ୍ଥ୍ୟ ପରୀକ୍ଷା କରାଇବା ପରେ ଭଲ ହେବାପାଇଁ ଏବେ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ହେଉଥିବାରୁ ଅର୍ଥ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି। ବାଧ୍ୟ ହୋଇ ନିଜ ଭାଇ କୁଞ୍ଜ ରାଜୁ ଘରେ ରହି ଦିନ କାଟୁଥିବାବେଳେ ମୁକେଶ ଓ ତାଙ୍କ ପରିବାର ଲୋକଙ୍କ ଆଖରୁ ଶୁଖୁନୁ ଲୁହ।ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁ ନ ଥିବାବେଳେ ପେଟ ପାଇଁ ଦାନା ଯୋଗାଡ଼ ମଧ୍ୟ ମୁକେଶଙ୍କ ପକ୍ଷରେ ସମ୍ଭବ ହେଉ ନ ଥିବାରୁ ଅନେକ ସମୟରେ ଉପାସରେ ଦିନ କଟୁଥିବା କହିଛନ୍ତି। ଯନ୍ତ୍ରଣାରେ ଜଳୁଥିବା ମୁକେଶଙ୍କୁ ଭଲ କରିଦେବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ପୂରା ପରିବାର।ଏହାସହ ସହୃଦୟ ବ୍ୟକ୍ତିଙ୍କୁ ମଧ୍ୟ ତାଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ପରିବାର ଲୋକେ। କେହି ଯଦି ସେମାନଙ୍କ ଦୁଃଖ ଶୁଣନ୍ତେ, ତେବେ ଅସହାୟ ପରିବାର ମୁହଁରେ ହସ ଫୁଟିପାରନ୍ତା ବୋଲି ସ୍ଥାନୀୟ ଲୋକେ ମଧ୍ୟ ପ୍ରକାଶ କରିଛନ୍ତି।ସରକାରୀ ସହାୟତା ଓ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାକୁ ଅନାଇ ବସିଥିବା ମୁକେଶଙ୍କ ପାଇଁ ପ୍ରଶାସନ ଓ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ମଧ୍ୟ ଅନୁରୋଧ କରିଛନ୍ତି।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…