ସୁକୁମା କେନ୍ଦ୍ରୀୟ ବିଦ୍ୟାଳୟରେ “ମାଆ ପାଇଁ ଗଛଟିଏ” କାର୍ଯ୍ୟକ୍ରମ।

ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଦିନେଶ କୁମାରଙ୍କ ଅଧ୍ୟକ୍ଷତାରେ ଛାତ୍ରଛାତ୍ରୀ ମାନଙ୍କୁ ପର୍ଯ୍ୟାବରଣ ପ୍ରତି ସଚେତନ ସୃଷ୍ଟି କରିବା ପାଇଁ ତଥା ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅଭିଯାନ “ଏକ ପେଡ ମା କେ ନାମ (ମାଁ ପାଇଁ ଗଛଟିଏ)” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମାଲକାନଗିରି ଜିଲ୍ଲା ଯୋଜନା ଏବଂ ସଂଚାଳନ ବିଭାଗର ଉପ ନିର୍ଦେଶକ ଗୋଲକ ଚନ୍ଦ୍ର ଦଳାଇ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ଶ୍ରୀ ଦଳାଇ ଛାତ୍ରଛାତ୍ରୀଙ୍କୁ ବୃକ୍ଷର ମହତ୍ୱ ବୁଝାଇ ବୃକ୍ଷ ରୋପଣ ପାଇଁ ଉତ୍ସାହିତ କରିଥିଲେ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଅନୁପ୍ରାଣିତ ହୋଇ ସବୁ ଛାତ୍ରଛାତ୍ରୀ ମାନେ ବୃକ୍ଷ ରୋପଣ ଏବଂ ପର୍ଯ୍ୟାବରଣ ପ୍ରତି ସଚେତନ ହୁଅନ୍ତୁ ବୋଲି ନିଜ ବକ୍ତବ୍ୟରେ କହିଥିଲେ।ଅନ୍ୟ ସମ୍ମାନୀୟ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ଡ଼ ରଞ୍ଜନ କୁମାର ସ୍ୱାଇଁ , ପ୍ରଧାନ ଶିକ୍ଷକ ନୀଳକଣ୍ଠ ବେହେରା, ହାର୍ଭେଷ୍ଟୋ କମ୍ପାନୀର ମୃତିକା ପରୀକ୍ଷଣ ପ୍ରଶିକ୍ଷକ ଯୋଗ ଦେଇ ପର୍ଯ୍ୟାବରଣ ପ୍ରତି ସମସ୍ତଙ୍କ କର୍ତବ୍ୟ ବିଷୟରେ ନିଜ ବକ୍ତବ୍ୟ ରଖିଥିଲେ।ବିଦ୍ୟାଳୟର ଶିକ୍ଷକ ଜୟଦୀପ ସିଂ, ଗିରିରାଜ ପ୍ରସାଦ ମହାରଣା ଏବଂ ମୟଙ୍କ କୁମାର ଜୈନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ, ଶିକ୍ଷକ ବୃନ୍ଦ ଏବଂ ଅତିଥି ମାନେ ମିଶି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page