ମାଲକାନଗିରି ଜିଲ୍ଲା ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି।ଜିଲ୍ଲାରେ ଭାର ଉତ୍ତୋଳନ ଚାମ୍ପିୟନସିପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଗଠନର ୩୨ ବର୍ଷ ପରେ ପ୍ରଥମ ଥର ଜିଲ୍ଲା ସ୍ତରୀୟ ଭାରତ୍ତୋଳନ ଚମ୍ପିୟନସିପର ଆୟୋଜନ କରାଯାଇଥିଲା।ଏଥିରେ ପାଖାପାଖି ୬୬ ଜଣ ପ୍ରତିଯୋଗୀ ଥିବାବେଳେ ମହିଳା ପ୍ରତିଯୋଗୀଙ୍କ ସଂଖ୍ୟା ୧୦ ରହିଛି। ଏହା ପ୍ରାୟ ୧୫ ପ୍ରତିଶତ ହୋଇଥିବାରୁ ଜିଲ୍ଲାରେ ମହିଳାଙ୍କ ଭାଗିଦାରୀ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ରହିଛି ବୋଲି ପ୍ରତିଯୋଗିତା ପରିଚାଳକ ସିଦ୍ଧାର୍ଥ ବେହେରା କହିଛନ୍ତି। ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ୨ଟି ସରକାରୀ ଓ ୯ଟି ବ୍ୟକ୍ତିଗତ ଭାର ଉତ୍ତୋଳନ କେନ୍ଦ୍ର ରହିଥିବା ଜଣାପଡିଛି।ମହିଳାଙ୍କ ମଧ୍ୟରେ ୫୫କେଜିରୁ କମ୍ ଥିଲେ ୪ଜଣ, ୫୫ରୁ ୬୫କେଜି ଥିଲେ ୨ଜଣ ଓ ୬୫ କେଜୀରୁ ଅଧିକ ଥିଲେ ୪ଜଣ ପ୍ରତିଯୋଗୀ ମୋଟ ୧୦ ଜଣ ଭାଗ ନେଇଥିଲେ।ସେହିପରି ପୁରୁଷଙ୍କ ମଧ୍ୟରେ ୬୦ କେଜି ରୁ କମ୍ ୧୩ ଜଣ, ୬୦ରୁ ୭୦ କେଜି ୧୨ଜଣ, ୬୦ ରୁ ୮୦ କେଜି ମଧ୍ୟରେ ୧୧, ୮୦ ରୁ ୯୦ କେଜି ୭ ଜଣ ଓ ୯୦ କେଜି ରୁ ଅଧିକ ୫ ପ୍ରତିଯୋଗୀ ଭାଗ ନେଇଥିଲେ।ଏପରିକି ୫୦ ବର୍ଷୀୟ ୨ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇ ସାଧାରଣ ଜନତା ଏବଂ ଯୁବ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।ମହିଳାମାନଙ୍କ ପ୍ରଥମ କାଟାଗୋରି ରେ ମନିଷା ମହାନ୍ତି, ଦ୍ଵିତୀୟ କାଟାଗୋରିରେ ସିପ୍ରା ବିଶ୍ୱାସ, ଓ ତୃତୀୟ କାଟାଗୋରିରେ ଉଷା ଶର୍ମା ପ୍ରଥମ ସ୍ଥାନ ହାସଲ କରିଛନ୍ତି।ସେହିପରି ପୁରୁଷମାନଙ୍କ ପ୍ରଥମ କାଟାଗୋରି ରେ କୁର୍ବାନ ଅଲି ସର୍ଦ୍ଦାର , ଦ୍ୱିତୀୟ କାଟାଗୋରିରେ ଅମୂଲ୍ୟ ପ୍ରିୟଦର୍ଶିନୀ କ୍ଷେତ୍ରୀୟ, ତୃତୀୟ କାଟାଗୋରି ରେ ବିଜେନ୍ଦ୍ର ବିହାରୀ ବାଘ, ଚତୁର୍ଥ କାଟାଗୋରି ରେ ଶେଖ୍ ଅବତାବ ଓ ପଞ୍ଚମ କାଟାଗୋରିରେ ରଞ୍ଜନ ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଏହି ଜିଲ୍ଲା ସ୍ତରୀୟ ଭାରତ୍ତୋଳନ ଚାମ୍ପିଅନସିପ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମାଧବ ପାଙ୍ଗି, ଏମୟୁଜେ ସଭାପତି ଦେବବ୍ରତ ଦାସ, ଭାରତୀୟ କ୍ରିକେଟ ଟିମ୍ ମ୍ୟାନେଜର ସତବିର ସିଂହ ରିଆର , ଜିଲ୍ଲା ବଣିକ ସଂଘ ସଭାପତି ସୁରେଶ ସୋମାନି, କୋରାପୁଟ ପାୱାର ଲିଫିଟିଂ (ନେସନାଲ ଚମ୍ପିୟାନ) ସତ୍ୟ ପାଣି, ଏସିଆନ ବେଞ୍ଚ ପ୍ରେସ ଗୋଲ୍ଡ ମେଡାଲିଷ୍ଟ ବୈବ କୁମାର ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…