ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ଚାଲିଥିବା ନକ୍ସଲ ବିଲୋପ ଅଭିଯାନର ଏକ ଅଂଶ ଭାବରେ ଜିଲ୍ଲା ପୁଲିସ ତିନି ପୃଥକ ସ୍ଥାନରେ ଅପରେସନ୍ କରୁଥିବା ବେଳେ ନକ୍ସଲ କମାଣ୍ଡର ସୋମାରୁ ମାଡଭିଙ୍କ ସମେତ ୬ ଜଣ ନକ୍ସଲଙ୍କୁ ଗିରଫ କରିଛି ପୁଲିସ । ଗିରଫ ପ୍ରକ୍ରିୟା ପରେ ସେମାନଙ୍କୁ ରବିବାର ନ୍ୟାୟିକ ହେପାଜତକୁ ପଠାଯାଇଥିଲା।ପୁଲିସ ପ୍ରଥମ ଅପରେସନରେ ନକ୍ସଲ କମାଣ୍ଡର ସୋମାରୁ ମାଡଭିଙ୍କୁ ଗିରଫ କରିଥିଲା। ନକ୍ସଲ କମାଣ୍ଡର ସୋମାରୁ ମାଡଭିଙ୍କୁ ଏକ ପ୍ରଜାକୋର୍ଟ ଡକାଇ ଗ୍ରାମବାସୀଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ଦ୍ୱିତୀୟ ଅପରେସନରେ ପୁଲିସ ଭୋସାଗୁଡା ଜଙ୍ଗଲରୁ ମୋଡିୟମ ଆୟୁତୁକୁ ଗିରଫ କରିଥିଲା।ଆୟତ୍ତୁ ବିରୁଦ୍ଧରେ ହତ୍ୟା, ଅପହରଣ, ଅଗ୍ନିକାଣ୍ଡ, ପୁଲିସ ପାର୍ଟି ଉପରେ ଆକ୍ରମଣ ଏବଂ ଆଇଏଡି ବିସ୍ଫୋରଣ ଭଳି ଗୁରୁତର ଅଭିଯୋଗ ରହିଛି। ଏହି ନକ୍ସଲ ଦୀର୍ଘ ଦିନ ଧରି ପୁଲିସର ରାଡାରରେ ରହିଥିଲା ଏବଂ ତାର ଗିରଫଦାରୀ ପରେ ପୁଲିସ ଏକ ବଡ଼ ସଫଳତା ହାସଲ ହୋଇଛି।ତୃତୀୟ ଅପରେସନରେ ବିଜାପୁର ପୁଲିସ ଏବଂ ଡିଆରଜି ଯବାନ ମାନେ ବଣ୍ଡାଗୁଡା -ଗୋରନା ଅଞ୍ଚଳରେ ଚଢାଉ କରି ଆଉ ଚାରିଜଣ ନକ୍ସଲଙ୍କୁ ଗିରଫ କରିଥିଲା ପୁଲିସ। ଗିରଫ ନକ୍ସଲମାନଙ୍କ ନିକଟରୁ ପୁଲିସ ବିସ୍ଫୋରକ ସାମଗ୍ରୀ, ଟିଫିନ୍ ବୋମା, ସୁରକ୍ଷା ଫ୍ୟୁଜ୍ ଏବଂ ଡିଟୋନେଟର ଜବତ କରିଛି। ପୁଲିସ ଏବଂ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରି କ୍ଷତି ପହଁଞ୍ଚାଇବା ଉଦେଶ୍ୟରେ ନକ୍ସଲମାନେ ଏହି ସାମଗ୍ରୀ ସବୁ ବ୍ୟବହାର କରୁଥିଲେ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…