ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ କେରିପୁ ୧୬୮/ଇ କମ୍ପାନୀ ମୋକୁର ଟିମ୍ ଏରିଆ ଡୋମିନେସନ ପାଇଁ ପେଦାଗେଲୁର ଅଭିମୁଖେ ଯାଇଥିଲେ। ସର୍ଚ୍ଚ ଅପରେସନ ଏବଂ ଏରିଆ ଡୋମିନେସନ ବେଳେ ଡି- ମାଇନିଙ୍ଗ ସମୟରେ କେରିପୁ ୧୬୮ କମ୍ପାନୀର ବୋମା ନିଷ୍କ୍ରିୟ ଟିମ୍ ଦ୍ବାରା ୪ / ୪ କିଗ୍ରାର ୩ଟି ଆଇଇଡି(IED) ଜବତ କରାଯାଇଥିଲା। ମାଓବାଦୀଙ୍କ ଦ୍ବାରା ପୁଲିସ , ସୁରକ୍ଷାକର୍ମୀ ଏବଂ ସାଧାରଣ ଲୋକଙ୍କୁ କ୍ଷତି ପହଁଞ୍ଚାଇବା ଉଦେଶ୍ୟରେ ଖଞ୍ଜି ଥିଲେ ଲ୍ୟାଣ୍ଡମାଇନ।ପ୍ରତି ୧୦ ମିଟର ଦୂରତାରେ ଖଞ୍ଜି ଥିଲେ ଲ୍ୟାଣ୍ଡମାଇନ। ବୋମା ନିଷ୍କ୍ରିୟ ଟିମ୍ ଏବଂ ଡଗ ସ୍କ୍ୱାର୍ଡ ଉପସ୍ଥିତିରେ ଜବତ ହୋଇଥିବା ଆଇଇଡି(IED) ଘଟଣା ସ୍ଥଳରେ ଡିଫ୍ୟୁଜ କରାଯାଇଛି। ମାଓବାଦୀ ମାନେ ଜଙ୍ଗଲରେ ପଥର ସନ୍ଧିରେ , ଶୁଖିଲା ପତ୍ର ଏବଂ ମାଟି ତଳେ ୩ ଟି ଆଇଇଡି କ୍ରମାଗତ ଭାବେ ଖଞ୍ଜିଥିଲେ। ସବୁ ଆଇଇଡି ଆଣ୍ଟି ହାଣ୍ଡଲିଙ୍ଗ ମେକାନିଜିମ ସହିତ ଖଞ୍ଜା ଯାଇଥିଲା। ଛତିଶଗଡ ପୁଲିସ ଓ ସୁରକ୍ଷାବାହିନୀର ସତର୍କତା ଯୋଗୁଁ ଜବତ ଆଇଇଡିକୁ ସୁରକ୍ଷିତ ଭାବେ ଘଟଣା ସ୍ଥଳରେ ନିଷ୍କ୍ରିୟ କରିବା ସହ ବଡ଼ ଧରଣର ଅଘଟଣକୁ ଏଡାଇ ପାରିଥିଲେ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…