
ମାଲକାନଗିରି ଜିଲ୍ଲାରେ ଠାବ ହେଲା ବଡ ଧରଣର ମାଓ ଡମ୍ପ। କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡା ଜଙ୍ଗଲରେ କୁମିଂ ଅପରେସନ କରୁଥିବା ସମୟରେ ଏହି ମାଓ ଡମ୍ପକୁ ଠାବ କରିଛନ୍ତି 142 ବାଟାଲିଆନର ବିଏସଏଫ ଜବାନ । ବିଏସଏଫ ବାହିନୀ ଆଜି ସକାଳେ ଏରିଆ ଡୋମିନେସନ କରିବା ଲାଗି ଭେଜାଙ୍ଗିୱାଡା ଜଙ୍ଗଲକୁ ଯାଇଥିଲେ । ଦୟାଳତୁଙ୍ଗ ଗାଁ ପାଖରେ ଥିବା ଏକ ଗୁମ୍ଫା ଭିତରେ ତଲାସୀ କରିବା ବେଳେ ମାଓବାଦୀଙ୍କ ଏକ ଡମ୍ପ ଜବାନଙ୍କ ହାତରେ ଲାଗିଥିଲା । ଡମ୍ପ ଭିତରେ ଦୁଇଟି ଲେଣ୍ଡମାଇନ, 62 ଟି ଜିଲେଟିନ ଷ୍ଟିକ୍, ବେଟେରୀ, ବିଦ୍ଯୁତ ତାର, ସୋଲାର ପ୍ୟାନେଲ , ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ରହିଥିଲା । ଲ୍ୟାଣ୍ଡମାଇନ ଉଦ୍ଧାର କରିବା ପରେ ଏହାକୁ ଘଟଣା ସ୍ଥଳରେ ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ । ମାଓବାଦୀ ମାନେ ଜବାନଙ୍କୁ ଟାର୍ଗେଟ କରିବା ଲାଗି ଏହି ସବୁ ବିସ୍ଫୋରକ ସାମଗ୍ରୀ ଏକାଠି କରିଥିଲେ ବୋଲି ବିଏସଏଫ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି।