ବିଏସଏଫ ଆଇଜିଙ୍କ ୪ ଦିନିଆ ମାଲକାନଗିରି ଗସ୍ତ।

ବିଏସଏଫ ଆଇଜି ଚାରୁଧ୍ଵଜ ଅଗ୍ରୱାଲ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାକୁ ଚରି ଦିନିଆ ଗସ୍ତରେ ଆସି ମାଓ ଦମନ ଏବଂ ସୁରକ୍ଷା ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଫେରିଛନ୍ତି।ଶ୍ରୀ ଅଗ୍ରୱାଲଙ୍କ ସହ ଡ଼ିଆଇଜି (ଅପରେଶନ)ସଞ୍ଜୟ ଯାଦବ ଏବଂ ଡ଼ିଆଇଜି ସତ୍ୟବାନ ଖାନଚି(ମାଲକାନଗିରି/ କୋରାପୁଟ ବିଏସଏଫ ସେକ୍ଟର ମୁଖ୍ୟାଳୟ)ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ସ୍ଵାଭିମାନ ଅଞ୍ଚଳର ଗୋରାସେତୁ ବିଏସଏଫ କ୍ୟାମ୍ପରେ ଓହ୍ଲାଇଥିଲେ।ସେଠାରେ ଅନ୍ୟ ବିଏସଏଫ ଅଧ୍ବକାରୀ ଏବଂ ସୁରକ୍ଷାକର୍ମୀଙ୍କ ସହ ଜିଲ୍ଲାରେ ମାଓ ଗତିବିଧି , ସୁରକ୍ଷା ସ୍ଥିତି ଏବଂ ମାଓ ଦମନ ନେଇ ସ୍ଵତନ୍ତ୍ର ରଣନୀତିର ସମୀକ୍ଷା କରିଥିଲେ। ଯବାନଙ୍କ ସହ ଆଲୋଚନା କରି ସେମାନଙ୍କ ମନୋବଳ ବଢ଼ାଇବା ସହ ଅନେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ତ୍ୟାଗ ଏବଂ ନିଷ୍ଠାର ସହ ନିଜ ଦାୟିତ୍ଵ ସମ୍ପନ୍ନ କରି ଜନସାଧାରଣଙ୍କୁ ସୁରକ୍ଷା ଯୋଗାଉଥିବାରୁ ଯବାନଙ୍କୁ ଖୁବ ପ୍ରଶଂସା କରିଥିଲେ| ୨୦୧୦ ମସିହାରେ ମାଲକାନଗିରି ଜିଲ୍ଲାରେ ବିଏସଏଫ ମୁତୟନ ହେବା ପରେ ମାଓ ହିଂସା ଯଥେଷ୍ଟ ହ୍ରାସ ପାଇଥିବା ଆଇଜି କହିଥିଲେ। ବିଶେଷ କରି ଦୁର୍ଗମ ଅଞ୍ଚଳରେ କ୍ୟାମ୍ପ ପ୍ରତିଷ୍ଠା ପରେ ମାଲକାନଗିରି ସୀମାନ୍ତ ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶ ମାଓ ପ୍ରବଣ ଅଞ୍ଚଳରେ ହିଂସାକାଣ୍ଡ ଉପରେ ଲଗାମ ଲଗାଇବାରେ ସଫଳ ହୋଇଛି ବୋଲି ଆଇଜି ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି। ଏହି ଅବସରରେ ଆଇଜି ଅଗ୍ରଓ୍ବାଲଙ୍କ ସହ ଅନ୍ୟ ବିଏସଏଫ ବରିଷ୍ଠ ଅଧିକାରୀ ମାନେ ଯୋଡାମ୍ବ , ହନ୍ତାଳଗୁଡା , ଯନ୍ତାପାଇ , ଏବଂ ବଡପଡା ବିଏସଏଫ କ୍ୟାମ୍ପ ପରିଦର୍ଶନ କରିବା ସହ ଅଞ୍ଚଳରେ ସୁରକ୍ଷା ସମ୍ପର୍କରେ ଯବାନଙ୍କ ସହିତ ଆଲୋଚନା କରିଥିଲେ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page