ଆଜି ମାଲକାନଗିରି ଜିଲ୍ଲା ଏସ.ୟୁ.ଜେ ସାମ୍ବାଦିକ ସଂଘ ପକ୍ଷରୁ ୭ ଦଫା ଦାବି ପୁରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ୍ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ମୁଖ୍ୟତଃ ସାମ୍ବାଦିକ ସୁରକ୍ଷା ଆଇନ ଓ ଅର୍ଥନୈତିକ ବିକାଶର ଅଭିବୃଦ୍ଧି । ଅନ୍ୟ ରାଜ୍ୟ ପରି ପେନ୍ସନ୍ ଓ ଭତା ଲାଗୁ କରିବା । ଏଥି ସହିତ ବୀମା କ୍ଷେତ୍ରରେ ସାମ୍ବାଦିକ ମାନଙ୍କ ପିତାମାତାଙ୍କ ସହିତ ପୁଅଝିଅ ମାନଙ୍କର ବୟସକୁ ୨୫ ବର୍ଷରୁ ୩୦ ବର୍ଷ ପର୍ଯ୍ୟନ୍ତ ଲାଗୁ କରିବା ସହ ୭ଦଫା ଦାବୀ ଗୁଡିକ ହେଲା-ଦେଶର ଅନ୍ୟ କେତେକ ରାଜ୍ୟଭଳି ଆମ ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକ ଏବଂ ଅବସର ଗ୍ରହଣ କରିଥିବା ବା ୬୦ ବର୍ଷ ବୟସରୁ ଉର୍ଦୁ ସାମ୍ବାଦିକ ମାନଙ୍କୁ ଯଥାକ୍ରମେ ଟ୨୫,୦୦୦/- (ପଚିଶି ହଜାର ଟଙ୍କା)ର ଭତ୍ତା ଓ ପେନସନ୍ ପ୍ରଦାନ କରାଯାଉ ।ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ବ୍ୟବସ୍ଥାରେ ରହିଥିବା ନିୟମ ଅନୁଯାୟୀ ପ୍ରତିବର୍ଷ କାର୍ଯ୍ୟରତ ସାମ୍ବାଦିକମାନଙ୍କ ନିଯୁକ୍ତି ନେଇ ଗଣମାଧ୍ଯମ କାର୍ଯ୍ୟାଳୟ ପକ୍ଷରୁ ଯେଉଁ ସୁପାରିସ୍ ପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଉଛି, ସେଥୁରେ ୬୦ ବର୍ଷ ବା ତାଠାରୁ ଉର୍ଦୁ ସାମ୍ବାଦିକମାନଙ୍କ ପାଇଁ ସେ ବ୍ୟବସ୍ଥାକୁ ଉଚ୍ଛେଦ କରି ବରଂ ଏହାକୁ Auto Renewal କରାଯାଇ । ଯାହାଦ୍ୱାରା ଆର୍ଥିକ ଅଭାବ ଯୋଗୁଁ ଜୀବନ୍ ତମାମ ସମାଜ ପାଇଁ କାର୍ଯ୍ୟ କରିଆସିଥିବା ସାମ୍ବାଦିକ ମାନଙ୍କ ଅନ୍ତିମ ସମୟ ଦୁଃଖ, ଦୁର୍ଦ୍ଦଶା ମଧ୍ୟରେ ଅତିବାହିତ ହେବ ନାହିଁ ।ଅଧୁକାଂଶ ଗଣମାଧ୍ୟମର ମୁଖ୍ୟାଳୟ, ପ୍ରମୁଖ ସରକାରୀ କାର୍ଯ୍ୟାଳୟ, ବଡ଼ବଡ଼ ଶିକ୍ଷାନୁଷ୍ଠାନ ଏବଂ ପ୍ରତିଷ୍ଠିତ ଚିକିତ୍ସାଳୟ ଗୁଡ଼ିକ ରାଜଧାନୀ ଭୁବନେଶ୍ୱରରେ ରହିଥିବାରୁ ସାମ୍ବାଦିକମାନଙ୍କ ସାମୟିକ ଅବସ୍ଥାନ ନିମନ୍ତେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଅତିଥି ଭବନ (ଗେଷ୍ଟ ହାଉସ୍) ନିର୍ମାଣ କରାଯାଇ ସ୍ବଳ୍ପ ମୂଲ୍ୟରେ ସାମ୍ବାଦିକ ଏବଂ ସେମାନଙ୍କପରିବାରକୁ ଅବସ୍ଥାନର ବ୍ୟବସ୍ଥା କରାଯାଉ।ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପିତାମାତାଙ୍କୁ ସାମିଲ ସହିତ ଏହାର ଆକାରକୁ ୫ଲକ୍ଷ ଟଙ୍କା ପରିବର୍ରେ ୨୦ ଲକ୍ଷଟଙ୍କାକୁ ବୃଦ୍ଧି କରାଯାଇ । କୌଣସି ସାମ୍ବାଦିକ ମୃତ୍ୟୁବରଣ କଲେ ତାଙ୍କ ପରିବାରକୁ ଟ୨୫,୦୦,୦୦୦/- (ପଚିଶ ଲକ୍ଷ ଟଙ୍କା) ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଉ |ସାମ୍ବାଦିକ ମାନଙ୍କ ପାଇଁ ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ ।ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ସରକାରୀ ଡାକ ବଙ୍ଗଳା, ଅତିଥୁ ଭବନ ଓ ସର୍କିଟ ହାଉସ୍ମାନଙ୍କରେ ସାମ୍ବାଦିକ ମାନଙ୍କୁ ସ୍ବଳ୍ପ ମୂଲ୍ୟରେ ଅବସ୍ଥାନ ବ୍ୟବସ୍ଥା କରାଯିବା ଇତ୍ୟାଦି lମାଲକାନଗିରିଜିଲ୍ଲା ଏସ.ୟୁ.ଜେ ସାମ୍ବାଦିକ ସଂଘର ଏମ୍. ଅମରେଶ କୁମାର ଙ୍କ ନେତୃତ୍ୱରେ ଏହି ଦାବି ପତ୍ର ପ୍ରଦାନ କରାଯାଇଥିଲା । ଦାବୀ ପତ୍ର ପ୍ରଦାନ ବେଳେ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା, ଜୟନ୍ତ ତିଆଡି, ବଇଁଶୀ ମୁଦୁଲି, ଇର୍ମା ସୋଡି,ସର୍ବେସର କୁମାର ବିଶୋଇ,ରାଜେନ୍ଦ୍ର ପ୍ରସାଦ ଟେଟୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…