ଅଚଳ ଲେମନ ଗ୍ରାସ ବଏଲର ; ଚାଷୀ ହନ୍ତସନ୍ତ।

ମାଲକାନଗିରି ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ୪ବର୍ଷ ପୂର୍ବେ ଚିତ୍ରକୋଣ୍ଡା ବ୍ଲକ ପାପରମେଟଳା ପଞ୍ଚାୟତ ଟଣ୍ଟାଗୁଡା, ଲାଉଗୁଡା, ଯନ୍ତାପାଇ ଗ୍ରାମରେ ଲେମନ ଗ୍ରାସ ଚାଷପାଇଁ ଚାଷୀଙ୍କୁ ଚାରା ଯୋଗାଇ ଦେଇଥିଲା। ଘାସରୁ ତେଲ ବାହାର କରିବାପାଇଁ ସଂସ୍ଥା ପକ୍ଷରୁ ଟୋଟାଗୁଡା ଓ ନୂଆଗୁଡା ଠାରେ ଦୁଇଟି ତୈଳ ଉତ୍ପାଦନ ପ୍ରୋସେସିଂ ୟୁନିଟ ମଧ୍ୟ ସ୍ଥାପନ କରିଥିଲା।ସ୍ୱାଭିମାନ ଅଞ୍ଚଳ ଚାଷୀଙ୍କ ପାଇଁ ଲେମନ ଗ୍ରାସ ଚାଷ ସମ୍ପୂର୍ଣ ନୂଆ ଥିଲେ ମଧ୍ୟ ପାପରମେଟଲା ପଞ୍ଚାୟତର କିଛି ଗ୍ରାମବାସୀ ଏହି ଚାଷ କରିଥିଲେ।ଲେମନ ଗ୍ରାସ ଚାଷ କରିବାପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଚାଷୀଙ୍କୁ ସମସ୍ତ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥଲା। ପାପରମେଟଲା ପଞ୍ଚାୟତ ଚାଷୀମାନେ ପ୍ରଥମ ଥର ଏହି ଲେମନ ଗ୍ରାସରୁ ତେଲ ପ୍ରସ୍ତୁତ କରି ବଜାରରେ ବିକ୍ରି କରି ଲାଭବାନ ହୋଇ ପାରିଥିଲେ।ବେଆଇନ ଗଞ୍ଜେଇ ଚାଷରୁ ମୁହଁ ଫେରାଇ ଏବେ ଲେମନ ଗ୍ରାସ ଚାଷ କାମରେ ମନ ବଳାଇଛନ୍ତି ଅଞ୍ଚଳବାସୀ। ଏହି ବର୍ଷ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ଗ୍ରାମ ଯଥା ନୂଆଗୁଡା, ବିଡ଼ାରପାକନା, ଯନ୍ତାପାଇ, ଭିମାରାମ, ଟୋଟାଗୁଡା, ଦାରଲାବେଢ଼ା, ଧୂଳିଫୁଟ, ଅର୍ଣ୍ଣାଭଟା ଗ୍ରାମର ଚାଷୀ ବହୁଳ ପରିମାଣରେ ନିଜ ଜମିରେ ଏହି ଚାଷ କରିଛନ୍ତି। ଲେମନ ଗ୍ରାସ ଚାରାଠୁ ଆରମ୍ଭ କରି ଯନ୍ତ୍ରପାତି ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ଯୋଗାଇ ଦେଇଛି ମାଲକାନଗିରି ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା। ପ୍ରାୟ 200 ଏକର ଜମିରେ ଏବେ ଲେମନ ଗ୍ରାସ ଚାଷ କରିଛନ୍ତି ଚାଷୀ। ଲେମନ ଗ୍ରାସ ତେଲରୁ ସାଧାରଣତ ସୁଗନ୍ଧିତ ତେଲ ବାହାର କରାଯାଇଥାଏ ଏହି ତେଲ କସମେଟିକ ସାମଗ୍ରୀ ଓ ଫାର୍ମା କମ୍ପାନୀ ରେ ବ୍ୟବହାର କରାଯାଏ। ଏହି ତେଲ ଦର 1200 ରୁ 1300 ଟଙ୍କା ପର୍ଯ୍ୟନ୍ତ ବଜାରରେ ବିକ୍ରି ହୋଇଥାଏ। ଜମିରେ ଥରେ ଏହି ଚାଷ କଲେ ପାଖା ପଖୀ 8 ବର୍ଷ ପର୍ଯ୍ୟନ୍ତ ଲାଭ ଦେଇଥାଏ,କିନ୍ତୁ ଟୋଟାଗୁଡା, ଓ ନୂଆଗୁଡା ଠାରେ ଥିବା ଦୁଇଟି ଲେମନ ଗ୍ରାସ ପ୍ଲାଣ୍ଟ ଖରାପ ହୋଇ ପଡ଼ିରହିଛି। ତାହା ବର୍ତମାନ ସୁଦ୍ଧା ମରାମତି ହୋଇନାହିଁ ସଂସ୍ଥା ତରଫରୁ କୌଣସି ବାବୁ ମଧ୍ୟ ଲେମନ ଗ୍ରାସ ଚାଷ ଦେଖିବାକୁ ଏହି ଅଞ୍ଚଳକୁ ଆସିନାହାନ୍ତି। ପ୍ଳାଣ୍ଟ ଖରାପ ଥିବାରୁ କିପରି ଏହି ବର୍ଷ ଲେମନ ଗ୍ରାସର ପ୍ରୋସେସିଙ୍ଗ ହେବ ସେନେଇ ଚିନ୍ତାରେ ପଡି ଯାଇଛନ୍ତି ଚାଷୀ।ଏହି ଲେମନ ଗ୍ରାସ ଚାଷ ସେମାନଙ୍କ ପାଇଁ ନୂଆ ଥିବାରୁ କଣ କରିବେ ବୁଝି ପାରୁନଥିବା କହିଛନ୍ତି ଗ୍ରାମବାସୀ। ତୁରନ୍ତ ଗ୍ରାସ ପ୍ରୋସେସିଙ୍ଗ ପ୍ଲାଣ୍ଟ ଗୁଡିକୁ ମରାମତି କରିବା ସହ ଘାସରୁ ବାହାରୁଥିବା ତେଲକୁ ବିକ୍ରି କରିବା ପାଇଁ ଏହି ଅଞ୍ଚଳରେ ସଠିକ ବଜାର ନଥିବାରୁ କ୍ଷତି ମଧ୍ୟ ସହିବାକୁ ପଡୁଛି ବୋଲି ଚାଷୀ କହିଛନ୍ତି। ପ୍ରଶାସନ ତରଫରୁ ଯଦି ଏହି ତେଲ ବିକ୍ରି ପାଇଁ ବଜାରର ବ୍ୟବସ୍ଥା କରାଯାଥିଲେ ଅନେକ ଚାଷୀ ଏଥିରୁ ଉପକୃତ ହୋଇ ପାରିଥାନ୍ତେ ବୋଲି ଚାଷୀ ପ୍ରକାଶ କରିଛନ୍ତି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page