ମାଲକାନଗିରି ଜିଲ୍ଲା ବାଲିମେଳା ବିଜେପି କାର୍ଯ୍ୟାଳୟରେ ଆଜି ବାଲିମେଳା ମଣ୍ଡଳ ସଭାପତି ଶିବଦତ୍ତ ସାହୁଙ୍କ ସଭାପତିତ୍ୱରେ ବାଲିମେଳା ମଣ୍ଡଳ ସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ବାଲିମେଳା ସହରରେ ଦଳର ସଦସ୍ୟତା ବୃଦ୍ଧି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି ସଦସ୍ୟତା ଅଭିଯାନ ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ସେପମ୍ବର ୧ ରୁ ସେପମ୍ବର ୧୦ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅକ୍ଟୋବର ୧ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଚାଲିବ।ଏହି ଅବସରରେ ବାଲିମେଳା ସହରର ତଥା ଦଳ ପ୍ରଭାରୀ ଟି ମହେଶ୍ୱର , ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ , ଜିଲ୍ଲା ସାଧାରଣ ସମ୍ପାଦକ ଅକ୍ଷୟ କୁମାର ବିଶ୍ବାଳ , ଜିଲ୍ଲା ସଂଖ୍ୟାଲଘୁ ସେଲ ସଭାପତି ଜୋସେଫ ଦିଲୀପ , ପୂର୍ବତ୍ତନ ମଣ୍ଡଳ ସଭାପତି ଶୁଭାଶିଷ କର , ମଣ୍ଡଳ ସାଧାରଣ ସମ୍ପାଦକ ବୈଶାଖ ବରାଡ଼ , ପୂର୍ବତନ ନଗରପାଳ ଶୁଭେନ୍ଦୁ ପଟନାୟକ , ଶ୍ରୀପତି ପାଙ୍ଗି, ଅରୁଣ କୁମାର ପାତ୍ର,ରବୀନ୍ଦ୍ର ନାୟକ,ମନୋଜ ଖିଲ , ଆର ରାଜା, ସମାଜସେବୀ ପୂର୍ଣଚନ୍ଦ୍ର ତ୍ରିପାଠୀ , ଅକ୍ଷୟ ମହାରଣା,ପ୍ରଶାନ୍ତ ରାଉଳ , କାଉନସିଲର ମନୋଜ ଦେବ ପାଙ୍ଗି, ବିମଲ ବେହେରା, ଜ୍ୟୋତିରାଣୀ ପଣ୍ଡା, ପୁଷ୍ପାଞ୍ଜଳି ଚାଲାଣଙ୍କ ସମେତ ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବାଲିମେଳା ସହରରେ ଅଧିକରୁ ଅଧିକ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସ ବିଜେପି ପ୍ରତି ବଢିବା ସହିତ ଦଳର ସଦସ୍ୟତା ଗ୍ରହଣ କରିବେ ଓ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାର ପ୍ରଣୟନ କରାଯାଇଥିବା ବିଭିନ୍ନ ପ୍ରକାର ଜନ ହିତକର ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚିବାର ବ୍ୟବସ୍ତା କରାଯିବ ଏବଂ ଉକ୍ତ ଯୋଜନା ଗୁଡିକ ବିଷୟରେ ଲୋକଙ୍କୁ ବୁଝାଇ ଅବଗତ କରାଇବା ପାଇଁ ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ପରାମର୍ଶ ଦିଆଯାଇଥିଲା । ପ୍ରାୟ ୨୦୦୦ ଜଣ ସଦସ୍ୟଙ୍କୁ ବିଜେପି ପରିବାର ସହିତ ସଂଯୋଗ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା।ସଭ୍ୟ ସଂଗ୍ରହ କାର୍ଯ୍ୟକୁ ଶୀଘ୍ର ତ୍ଵରାନ୍ବିତ କରିବା ପାଇଁ ବାଲିମେଳା ମଣ୍ଡଳ ପକ୍ଷରୁ ସର୍ବ ସମ୍ମତି କ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…