ମାଲକାନଗିରି ଜିଲ୍ଲା ସୀମାନ୍ତ ପଡୋଶୀ ରାଜ୍ୟ ମହାରାଷ୍ଟ୍ରର ସକ୍ରୀୟ ମାଓ ନେତାକୁ ଧରିବାରେ ବିଜାପୁର ପୁଲିସକୁ ବଡ଼ ସଫଳତା ମିଳିଛି। ଗିରଫ ମାଓ ନେତା ବିକାଶ ଛତିଶଗଡ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନାରେ ୩୫ ରୁ ଅଧିକ ନକ୍ସଲ ହିଂସା ଘଟଣାରେ ସମ୍ପୃକ୍ତ ଥିଲା। ଗୋଟିଏ ରାଜ୍ୟରେ ଏକ ହିଂସା ଘଟାଇବା ପରେ, ସେ ତାଙ୍କ ଟିମ୍ ସହିତ ଏକ ସୁନିୟୋଜିତ ଘଟଣା ପ୍ରସ୍ତୁତ କରି ଅନ୍ୟ ରାଜ୍ୟରେ ନକ୍ସଲ ହିଂସାକାଣ୍ଡ ଘଟାଇଥାଏ। ରାଜ୍ୟ ମଧ୍ୟରେ ସୀମାର ସୁଯୋଗ ନେଇ ସେ ସୁରକ୍ଷାବାହିନୀର ଆଖିରେ ଧୁଳି ଦେଇ ପ୍ରମୁଖ ନକ୍ସଲ ହିଂସା ଘଟଣାରେ ମଧ୍ୟ ନିଜେ ସୁରକ୍ଷିତ ରହିବାରେ ସର୍ବଦା ସଫଳ ହୋଇଛି।
ବିକାଶ ଯଦିଓ ମହାରାଷ୍ଟ୍ରର ବାସିନ୍ଦା ତଥା ମହାରାଷ୍ଟ୍ରର ଗଡଚିରୋଲି ଆହେରୀ ଦଲମରେ ଡିଭିସିଏମ୍ ପଦବୀରେ ଅବସ୍ଥାପିତ ହୋଇ ମଧ୍ୟ ମହାରାଷ୍ଟ୍ରରେ କ୍ରମାଗତ ଭାବରେ ନକ୍ସଲ ହିଂସାକାଣ୍ଡ ଘଟାଉଥିଲା। ପ୍ରକାଶ ଥାଉକି, ଲୁଚି ରହିବା, ଯୋଜନା ପ୍ରସ୍ତୁତ କରିବା ଏବଂ ପୁନର୍ବାର ଅପରାଧ ଘଟାଇବା ପାଇଁ
ଛତିଶଗଡ ରାଜ୍ୟର ସୀମାନ୍ତ ନ୍ୟାସନାଲ ପାର୍କ ଅଞ୍ଚଳକୁ ବ୍ୟବହାର କରୁଥିଲେ। ଯେଉଁଥି ପାଇଁ ଡିଭିସିଏମ୍ ଦିଲୀପ ବେନ୍ଦଜା ଏବଂ ନ୍ୟାସନାଲ ପାର୍କ ଏରିଆ କମିଟିର ସହକର୍ମୀଙ୍କ ସହ ବହୁତ ଘନିଷ୍ଠ ବନ୍ଧୁତା ବିକାଶର ରହିଛି।ଯେତେବେଳେ ମାଓବାଦୀ ବିକାଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଦିଲୀପ ବେନ୍ଦଜା ତାର ଚିକିତ୍ସା ପାଇଁ ଟଙ୍କା ଏବଂ ଜଣେ ସହଯୋଗୀଙ୍କୁ ସାଙ୍ଗରେ ପଠେଇ ଜଗଦଲପୁର ଡାକ୍ତରଖାନାରେ ଚିକିତ୍ସା କରାଇଥିଲା। ମାଓବାଦୀ ବିକାଶକୁ ନ୍ୟାସନାଲ ପାର୍କ ଏରିଆ କମିଟିର ଆଭ୍ୟନ୍ତରୀଣ ଗାଁରୁ ୬/୭ ଜଣଙ୍କ ଦ୍ୱାରା ବିକାଶକୁ ଭାରରେ କାନ୍ଧେଇ ଜଙ୍ଗଲ ରାସ୍ତା ଦେଇ ଭଟପାଲୀ ଗାଁକୁ ଅଣାଯାଉଥିଲା। ଯେଉଁ ଠାରୁ ତାଙ୍କୁ ଚାରି ଚକିଆ ଯାନରେ ଜଗଦଲପୁରର ଏକ ଘରୋଇ ଡାକ୍ତରଖାନା ନେବାକୁ ପ୍ରସ୍ତୁତି ଚାଲିଥିଲା କିନ୍ତୁ ପୁଲିସ ପାଇଥିବା ସୂଚନାକୁ ଆଧାର କରି ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଫରସେଗଡ ପୁଲିସ ଥାନା ଏବଂ ଛଗଫୋର୍ସ ୧୩ / ଇ ମିଳିତ ଯବାନଙ୍କ ଦଳ ସେଠାକୁ ପଠାଯାଇଥିଲା। ଯେତେବେଳେ ଭଟପାଲ୍ଲୀ ଜଙ୍ଗଲର ନଦୀ କଡ଼ ରାସ୍ତାରେ କିଛି ଲୋକ ଆସୁଥିବାର ଦେଖାଗଲା, ସେମାନଙ୍କୁ ଅଟକାଇବା ପାଇଁ ଡାକରା ଦିଆଯାଇଥିଲା, କିନ୍ତୁ ଡାକ ଶୁଣି ସମସ୍ତେ ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ ଛାଡି ଦୌଡ଼ି ପଳାଇଥିଲେ। ଅସୁସ୍ଥ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଉପଯୁକ୍ତ ଚିକିତ୍ସା କରାଯାଇ ପଚରାଉଚରା କରିବା ପରେ ସେ ମାଓ ନେତା ଡିଭିସିଏମ୍ ବିକାଶ ଛଦ୍ମନାମ ସୈନୁ ମୁନ୍ସି ଜେଟି ବୋଲି ଜଣାପଡିଛି। ମାଓ ନେତା ନିକଟରୁ ନଗଦ ୮୦,୦୦୦ ଟଙ୍କା, ମାଓବାଦୀ ୟୁନିଫର୍ମ, ମାଓବାଦୀ ସାହିତ୍ୟ, ପାମ୍ପଲେଟ୍, ନୋଟବୁକ୍ ଏବଂ ଔଷଧ ପୁଲିସ ଜବତ କରିଛି।