ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟରେ ପୁଲିସ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ ମହିଳା ନକ୍ସଲଙ୍କ ମୃତ୍ୟୁ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପରେ ପୁଲିସ ଏବଂ ସୁରକ୍ଷାବାହିନୀ ଛତିଶଗଡରେ ନକ୍ସଲ ନିପାତ ଅପରେସନକୁ ଜୋରଦାର କରିଛି। ଏହି ଅପରେସନ୍ ଦ୍ବାରା ନାରାୟଣପୁର ଏବଂ କାଙ୍କେର ସୀମାବର୍ତ୍ତୀ ଅବୁଜମାଡ ଜଙ୍ଗଲରେ ସୁରକ୍ଷା ବାହିନୀ ନକ୍ସଲମାନଙ୍କ ସହ ମୁହାଁମୁହିଁ ଗୁଳି ବିନିମୟ ହୋଇଥିଲେ। ଏବେ ମଧ୍ୟ ପୁଲିସ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି।ଏହି ଏନକାଉଣ୍ଟରରେ ୩ ନକ୍ସଲଙ୍କ ମୃତ୍ୟୁ ହେବାର ଖବର ଆସୁଛି। ସୂଚନା ଯାହାକି ମିଳୁଛି ଯବାନଙ୍କ ଗୁଳିରେ ନିହତ ହୋଇଥିବା ତିନିଜଣ ନକ୍ସଲ ମହିଳା ଅଟନ୍ତି। ସୂଚନାନୁସାରେ, ନାରାୟଣପୁର ଏବଂ କାଙ୍କେର ଜିଲ୍ଲା ସୀମାରେ ଥିବା ଆବୁଜମାଡରେ ବହୁ ସଂଖ୍ୟାରେ ମାଓବାଦୀଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଏହି ଅଞ୍ଚଳରେ ମାଓବାଦୀ ମାନେ ଏକତ୍ରିତ ହୋଇଥିବା ପୁଲିସକୁ ମଧ୍ୟ ସୂଚନା ମିଳିଥିଲା।ଯାହା ପରେ ବିଏସଏଫ, ଡିଆରଜି ଏବଂ ଏସଟିଏଫର ଯବାନ ମାନେ ସର୍ଚ୍ଚ ଅପରେସନରେ ଯାଇଥିଲେ। ଜଙ୍ଗଲରେ ତଲାସି ବେଳେ ସୁରକ୍ଷା ବାହିନୀ ନକ୍ସଲମାନଙ୍କ ସହ ମୁହାଁମୁହିଁ ଗୁଳି ବିନିମୟ ହୋଇଥିଲା।ଉଭୟ ପାର୍ଶ୍ୱରୁ ମଝିରେ ମଝିରେ ଗୁଳି ବିନିମୟ ଜାରି ରହିଛି। ଏହି ଏନକାଉଣ୍ଟରରେ ତିନିଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳରେ ଏନକାଉଣ୍ଟର ଚାଲିଛି।
ସୂଚନାଯୋଗ୍ୟ ଯେ ଏଇ ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଛତିଶଗଡ ଗସ୍ତରେ ଆସି ୭ ନକ୍ସଲ ପ୍ରଭାବିତ ରାଜ୍ୟର ସମନ୍ୱୟ କମିଟି ସହ ଏକ ବୈଠକ କରିଥିଲେ। ଯେଉଁଥିରେ ସେ କହିଥିଲେ ଯେ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶ ନକ୍ସଲବାଦରୁ ମୁକ୍ତ ହେବ। ଏହି ସମୟ ମଧ୍ୟରେ ସେ ନକ୍ସଲମାନଙ୍କୁ ମଧ୍ୟ ଆତ୍ମସମର୍ପଣ କରିବାକୁ ଆହ୍ବାନ ଦେଇଥିଲେ। ସେ କହିଥିଲେ ଯେ ଯଦି ମାଓବାଦୀମାନେ ଆତ୍ମସମର୍ପଣ ନକରନ୍ତି, ତେବେ ଆମେ ସେମାନଙ୍କୁ ପାତାଳରୁ ମଧ୍ୟ ଖୋଜି ନିପାତ କରିବୁ।