ଭିଜିଲାନ୍ସ ଚଢ଼ାଉ ମାମଲା.. ପୁଳା ପୁଳା ଟଙ୍କା ; କୋଟି କୋଟି ସମ୍ପତ୍ତି, ହାଇଟେକ୍ ପଦ୍ଧତିରେ ବାବୁଙ୍କ ସରକାରୀ ଅର୍ଥ ହେରଫେର।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲା ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବାସଭବନରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଛି। ଆୟବହିର୍ଭୁତ ସମ୍ପତି ଠୁଳ ଅଭି ଯୋଗରେ ଭିଜିଲାନ୍ସର ତିନିଟା ଟିମ୍‌ ଏହି ଚଢ଼ାଉ କରିଛି ଏଥିସହ ତାଙ୍କ କାର୍ଯ୍ୟାଳୟର ଜଣେ ଠିକା କର୍ମଚାରୀ ଏବଂ ଡାଟା ଏଣ୍ଟ୍ରି ଅପରେଟର ଘରେ ମଧ୍ୟ ଏକକାଳୀନ ଚଢାଉ ଜାରି ରହିଛିା ଜୟପୁର ସ୍ଥିତ ପ୍ରକଳ୍ପ ଉପ ନିର୍ଦେଶକଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଛି।ବର୍ତ୍ତମାନ ସୁଦ୍ଧା ଜୟପୁର ବାସଭବନରୁ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମିଳିଥିବା ଜଣାପଡିଛିା ଏଥିସହ ରାଜ୍ୟର ସାତଟି ସ୍ଥାନରେ ଚଢାଉ ଜାରି ରହିଛି। ମହାପାତ୍ରଙ୍କ ଭୁବନେଶ୍ୱର ହାଉସିଙ୍ଗବୋର୍ଡ କଲୋନୀ, ଭିମଟାଙ୍ଗି, କଟକସ୍ଥିତ ବାଲିସାହିର ପୈତୃକ ବାସଭବନରେ ଚଢାଉ ଜାରି ରହିଛି।କୋଟିପତି ଜଳ ବିଭାଜିକା ପ୍ରକଳ୍ପର ଉପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଯୁଆଡ଼େ ଦେଖିଲେ ଖାଲି ଟଙ୍କା ଆଉ ଟଙ୍କା..କଳା ବ୍ୟାଗରୁ ଟଙ୍କା ,ଧଳା ବ୍ୟାଗରୁ ମଧ୍ୟ ବାହାରୁଛି ଟଙ୍କା।ଆଲମିରା ଖୋଲିଲେ ଟଙ୍କା,ଆଟାଚି ଖୋଲିଲେ ଟଙ୍କା.. ଭିଜିଲାନ୍ସ ଅଧିକାରୀ ମାନେ ଏତେ ଟଙ୍କା ଦେଖି ତଟକା ହୋଇଯାଇଛନ୍ତି।ଘରୁ କେବଳ ସୁନା ହାର , ସୁନା ନେକଲେସ , ମୁଦି ବାହାରୁଥିବା ବେଳେ କାନ ଫୁଲ ଭଳିକି ଭଳି..ସୁନା ଦୋକାନରେ ମଧ୍ୟ ଏମିତି ସଜେଇ ରଖି ନଥିବେ। ଯେମିତି ଉପ ନିର୍ଦ୍ଦେଶକଙ୍କ ଘରେ ଧାଡିକି ଧାଡ଼ି ସୁନା ଗହଣାର ଲମ୍ବା ଲାଇନ।ଏତିକିରେ ସରିନାହିଁ ବାବୁ ସରକାରୀ ଧନ ଲୁଟିବା। ବାବୁଙ୍କ ସହଯୋଗୀ ବିଶ୍ଵଜିତ ମଣ୍ଡଳ ଏବଂ ଅମୀୟକାନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ଜବତ ହୋଇଛି ପୁଳା ପୁଳା ବ୍ୟାଙ୍କ ପାସବୁକ। ସେ ସବୁ ଗୁଡ଼ିକ ହେଉଛି ବିଭିନ୍ନ ଶ୍ରମିକ ଶ୍ରେଣୀର ଲୋକଙ୍କ ପାସବୁକ୍।ବ୍ୟାଙ୍କ ପାସବୁକ ଗୁଡ଼ିକୁ ଭିଜିଲାନ୍ସ ଯାଞ୍ଚ କରିବାରୁ ଫିଟିଲା ଅସଲ ଗୁମର।ବିଭାଗର ବିଭିନ୍ନ କାର୍ଯ୍ୟକୁ କାଗଜପତ୍ରରେ ସରିଯାଇଥିବା ଦର୍ଶାଇ ସେହି ଶ୍ରମିକଙ୍କ ଖାତାକୁ ଟଙ୍କା ଯାଉଥିଲା ଏବଂ ପରେ ସେ ଟଙ୍କା ଏଇ ଚଞ୍ଚକ ଅଧିକାରୀ ମାନଙ୍କ ପାଖକୁ ଆସୁଥିଲା। ଆହୁରି ଶୁଣନ୍ତୁ ଠିକାଦାର ମାନଙ୍କ ପିସି ଏବଂ ଅନ୍ୟମାନଙ୍କ ଠାରୁ ଆସୁଥିବା ବିଭିନ୍ନ ଲାଞ୍ଚ ଅନଲାଇନରେ ସଂଗ୍ରହ କରୁଥିଲେ। ସେଥିପାଇଁ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଠାରେ ଏକ ଜନସେବା କେନ୍ଦ୍ର ଚଳାଉଥିବା ଅଲେଖ ଚନ୍ଦ୍ର ପ୍ରଧାନ ପିସି ହେଉ କି ଲାଞ୍ଚ ଲାଞ୍ଚୁଆ ବାବୁ ଶାନ୍ତନୁଙ୍କ ପାଖକୁ ଯାଉଥିଲା।
ସାଧାରଣ ଲୋକଙ୍କ ଟିକସ ଟଙ୍କାକୁ ଏଇ ଜଳ ବିଭାଜିକା ପ୍ରକଳ୍ପର ବଡ଼ ଅଧିକାରୀ ଶାନ୍ତନୁ ମହାପାତ୍ର ଲୁଟି ହେଲେ କୋଟିପତି ଅଧିକାରୀ। ଏବେ ପୁଣି ରୁହନ୍ତି ବଡ଼ ବଡ଼ କୋଠା , ଅଟ୍ଟାଳିକା ବା ରାଜ ପ୍ରାସାଦ ମଧ୍ୟରେ। ନାମି ଦାମୀ କମ୍ପାନୀର ଆସବାବପତ୍ର ସାଙ୍ଗକୁ ଦାମୀ କାରରେ ବାବୁ ବୁଲିବାକୁ ଟିକେ ପସନ୍ଦ କରନ୍ତି। ଜୟପୁର , ଠାରୁ ଭୁବନେଶ୍ଵର ପର୍ଯ୍ୟନ୍ତ ରହିଛି ବାବୁଙ୍କ ନାମରେ ନାମୀଦାମୀ ପ୍ଲଟ।ହୁଣ୍ଡାଇ (ଆଇ-୨୦) ସହିତ ଦୁଇ ଦୁଇଟା ମଟରସାଇକେଲ। ଜୟପୁର ଠାରେ ଥିବା ଘର କେବଳ ୨ କୋଟି ଟଙ୍କାରୁ ଉର୍ଦ୍ଧ୍ଵ। ବିଳାସପୂର୍ଣ୍ଣ ଜୀବନ ଶୈଳୀରେ ବଞ୍ଚିବା ପାଇଁ ସରକାରୀ ବାବୁ ଜଳ ବିଭାଜିକା ବିଭାଗକୁ ସମ୍ପୂର୍ଣ୍ଣ ଲଣ୍ଡା କରି ଦେଇଛନ୍ତି।ବଡ ବାବୁ ତ ବାବୁ ପୁଣି ତାଙ୍କ ତଳ ତଳିଆ ମଧ୍ୟ ତାଙ୍କ ଆହୁରି ପାଦେ ଆଗ।ଡାଟା ଏଣ୍ଟ୍ରି ଅପରେଟର ଠାରୁ ଆରମ୍ଭ କରି ସବୁ ଲୁଟିଛନ୍ତି ସରକାରୀ ଅର୍ଥ। କାହାଣୀ ଏତିକିରେ ସରିନାହିଁ। ଯେଉଁମାନେ ଦୀର୍ଘ ଦିନ ଧରି ଏହି ବିଭାଗରେ କାର୍ଯ୍ୟ କରୁଥିଲେ। ସେମାନେ ଯେତିକି ଲୁଟିଛନ୍ତି।୨୦୧୯ ମସିହାରେ କାର୍ଯ୍ୟରେ ଯୋଗ ଦେଇଥିବା ଆସିଷ୍ଟାଣ୍ଟ ଇଞ୍ଜିନିୟର ମୋହନ ମଣ୍ଡଳ ବାବୁ ଆଉ ଦୁଇ ପାଦେ ଆଗେଇ ଯାଇଛନ୍ତି। ତାଙ୍କ ଘରୁ ନଗଦ ୧ ଲକ୍ଷ ୨୯ ହଜାର ବାହାରିଥିବା ବେଳେ ବାବୁଙ୍କ ଘର ଦେଢ଼ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ମାତ୍ର ଛଅ ବର୍ଷ ଚାକିରି କାଳରେ ଏତେ..!ଖୋଳତାଡରେ ତା’ହେଲେ ଆଗକୁ କେତେ ତାହା ସମୟ କହିବ।ଜଳ ବିଭାଜିକା ପ୍ରକଳ୍ପର ଉପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି।ମାଲକାନଗିରି ଠାରୁ ଆରମ୍ଭ କରି ଭୁବନେଶ୍ଵର , ନବରଙ୍ଗପୁର , ବ୍ରହ୍ମପୁର , କଟକ ଭଳି ଏପରି ୮ ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗର ଟେକ୍ନିକାଲ ଓ୍ବିଙ୍ଗ..ଏବେ ସୁଦ୍ଧା ୨ କୋଟି ନଗଦ ସାଙ୍ଗକୁ ବିପୁଳ ପରିମାଣର ଆୟବର୍ହିଭୂତ ସମ୍ପତ୍ତି ଭିଜିଲାନ୍ସ ହାତରେ ଲାଗିଛି। ତେବେ ଆଗକୁ ଆହୁରି କଣ ବାକି ରହିଛି ଦେଖିବାକୁ ବାକି ରହିଲା।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page