
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଶିଖପାଲ୍ଲୀ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଆଜି ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଏମଭି-୧୯ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଚିକିତ୍ସକ ଡଃ ମହେଶ କୁମାର ବାରିକ, ଶିଖପାଲ୍ଲୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସ୍ୱର୍ଣ୍ଣପ୍ରଭା ରାମ, ମହିଳା ସ୍ୱାସ୍ଥ୍ୟ କର୍ମୀ ସନ୍ତୋଷୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ।ଆୟୁଷ୍ମାନ ଆରୋଗ୍ୟ ଶିବିରକୁ ଆସିଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସ୍ୱାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରି ରୋଗୀଙ୍କୁ ଔଷଧ ପ୍ରଦାନ କରାଯାଇଥିଲା।ଏଥିରେ ମୁଖ୍ୟତଃ ମାଆ ଓ ଶିଶୁର ଯତ୍ନ,ବୃଦ୍ଧବୃଦ୍ଧାଙ୍କ ଯତ୍ନ,କିଶୋର ଅବସ୍ଥାରେ ସ୍ୱାସ୍ଥ୍ୟର ଯତ୍ନ , ଅଣସଂକ୍ରମିତ , ସଂକ୍ରମିତ ରୋଗ, ଆଖି , ପାଟିର ଯତ୍ନ, ମାନସିକ ରୋଗୀ , ସାଧାରଣ ରୋଗ ଏବଂ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା।ଏହି ଆୟୁଷ୍ମାନ ଆରୋଗ୍ୟ ଶିବିରରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ସହ ୧୨ ପ୍ରକାର ବିଶେଷ ସ୍ବାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା।ଏହାବ୍ୟତୀତ ରକ୍ତଚାପ, ମ୍ୟାଲେରିଆ, ମଧୁମେୟ ଓ ରକ୍ତହୀନତା ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା।ଏହି ଶିବିରରେ ଆଖପାଖର ପାଞ୍ଚ ଖଣ୍ଡ ଗ୍ରାମର ପ୍ରାୟ ୫୦ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିବା ବେଳେ ମୋଟ ୮୦ ଜଣ ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇ ଔଷଧ ବଣ୍ଟନ କରାଯାଇଥିଲା। ଏହି ଶିବିରକୁ ଅଙ୍ଗନବାଡ଼ି କର୍ମୀ ରଶ୍ମିତା କବାସୀ ଓ ୫ ଜଣ ଆଶା କର୍ମୀ ସହଯୋଗ କରିବା ସହ ଶିବିରର ସୁପରିଚାଳନା କରିଥିଲେ ।