ପଣସପୁଟ ସରକାରୀ ଜାତି ଓ ଜନଜାତି ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ।

ମାଲକାନଗିରି: ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପଣସପୁଟ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି।ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ଯୁବ ବିଧାୟକ ମଙ୍ଗୁ ଖିଲ ମହୋଦୟ ଯୋଗ ଦେଇଥିଲେ। ସମ୍ନାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରି ଟାଙ୍ଗୁଲ ,ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷ ରାଜେଶ୍ୱରୀ ଖିଲ , ପଣସପୁଟ ପଞ୍ଚାୟତ ସରପଞ୍ଚ ଅର୍ଜୁନ ହନ୍ତାଳ , ଚିତ୍ରକୋଣ୍ଡା ସ୍ନାତକ ମହାବିଦ୍ୟାଳୟ ଅଧକ୍ଷ ଚିନ୍ମୟ କୁମାର ବେହେରା , ଚିତ୍ରକୋଣ୍ଡା ଏସଏସଡି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଜିତ ମାଡକାମୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ବିଦେଶୀ ଗୌଡ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିବା ସମସ୍ତ ଅତିଥି ମାନଙ୍କୁ ପ୍ରଥମେ ପୁଷ୍ପଗୁଚ୍ଛ ଦେଇ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ ପାରମ୍ପାରିକ ବାଜାର ତାଳେ ତାଳେ ନାଚି ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ମଞ୍ଚରେ ମଞ୍ଚାସୀନ କରାଇଥିଲେ। ଏହି ଅବସରରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ରଥଙ୍କ ସଭାପତିତ୍ବରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ମଙ୍ଗୁ ଖିଲ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାର ମହତ୍ତ୍ଵ ସମ୍ପର୍କରେ ବୁଝାଇଥିଲେ। ସମସ୍ତ ବାଧାବିଘ୍ନ ସତ୍ତ୍ଵେ ଆମେ ଜୀବନରେ ସର୍ବଦା କିଛି ନା କିଛି ଶିଖିବା ପାଇଁ ଚେଷ୍ଠା କରିବା ଏବଂ ନିଜ ଭାଗ୍ୟ ନିଜେ ଗଢ଼ି ତୋଳିବା ସହିତ ଆମେ ବସବାସ କରୁଥିବା ସମାଜକୁ ସରସ ସୁନ୍ଦର କରିବା ପାଇଁ କାର୍ଯ୍ୟ କରିବା ବୋଲି କହିଥିଲେ। ଏଥି ସହିତ ଉପସ୍ଥିତ ଅନ୍ୟ ମାନ୍ୟଗଣ୍ୟ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ଛାତ୍ର ଜୀବନ ସମ୍ପର୍କରେ ଅବଗତ କରାଇବା ସହ ବିଦ୍ୟାଳୟରେ କିପରି ଅନୁଶାସିତ ହୋଇ ଚଳିବା ବୁଝାଇଥିଲେ। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଯାହା ସମସ୍ତଙ୍କ ମନୋରଞ୍ଜନ ପାଇଁ ବେଶ୍ ଖୋରାକ ଯୋଗାଇଥିଲା।କାର୍ଯ୍ୟକ୍ରମର ଶେଷରେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ଖିଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହିତ କିଛି ସମୟ ଅତିବାହିତ କରିବା ପରେ ଅନ୍ୟ ଅତିଥି ମାନଙ୍କ ସହ ବିଦ୍ୟାଳୟ ବୁଲି ଦେଖିବା ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରି ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page