ଉତ୍କଳ ସାମ୍ବାଦିକ ସଂଘ କୋରୁକୋଣ୍ଡା ଶାଖା ସଭାପତି ହେଲେ ଶିବଦତ୍ତ ସାହୁ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର କୋରୁକୋଣ୍ଡା ବ୍ଲକ ଶାଖା ପକ୍ଷରୁ ଏକ ବନ୍ଧୁ ମିଳନ ଓ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସୋରୁଲୁକୋଣ୍ଡା ଠାରେ ଥିବା ପାର୍କ ପରିସରରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଦୁର୍ଯୋଧନ ପାତ୍ର ସଭାପତିତ୍ଵ କରିଥିବା ବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମିଶ୍ର। ଏହି ଅବସରରେ ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ଶ୍ରୀନିବାସ ପାତ୍ର, ଉପଦେଷ୍ଟା ସିମାଞ୍ଚଳ ପାଣିଗ୍ରାହୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବଦତ୍ତ ସାହୁଙ୍କ ସମେତ କୋରୁକୋଣ୍ଡା ବ୍ଲକ ଶାଖା ଓ ବିଭିନ୍ନ ବ୍ଲକ ଶାଖାର ସାମ୍ବାଦିକ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲା ସଂଘ ର୍ନିର୍ବାଚନକୁ ନେଇ ଆଲୋଚନା କରଯାଇଥିଲା। ସର୍ବ ସମ୍ମତି କ୍ରମେ ଆସନ୍ତା ୩୧ ଜାନୁଆରୀରେ ଏହି ନିର୍ବାଚନ ହେବ ବୋଲି ତାରିଖ ଧାର୍ଯ୍ୟ କରଯାଇଥିବା ବେଳେ ଏହି ନିର୍ବାଚନ କାର୍ଯ୍ୟ ତଦାରଖ ପାଇଁ ନିର୍ବାଚନ ଅଧିକାରୀ ଭାବେ ଦୁର୍ଯୋଧନ ପାତ୍ର ଓ ବିଦେଶୀ ଗଉଡ ଦାଇତ୍ଵ ନିର୍ବାହ କରିବେ। ସେହିପରି ଏହି ବୈଠକରେ କୋରୁକୋଣ୍ଡା ବ୍ଲକ ଶାଖାର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସର୍ବ ସମ୍ମତି କ୍ରମେ କୋରୁକୋଣ୍ଡା ବ୍ଲକ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଶିବଦତ୍ତ ସାହୁ ଓ ସମ୍ପାଦକ ଭାବେ ପ୍ରଦୀପ କୁମାର ମହାରଣାଙ୍କୁ ଚୟନ କରଯାଇଥିଲା। ତେବେ ଏହି ଅବସରରେ କୋରୁକୋଣ୍ଡା ବ୍ଲକ ଶାଖାର ନୂତନ କାର୍ଯ୍ୟଳୟ ଗୃହ ସ୍ଥାପନ ନିମନ୍ତେ ମଧ୍ୟ ଆଲୋଚନା କରଯାଇଥିଲା। ପୂର୍ବରୁ କୋରୁକୋଣ୍ଡା ବ୍ଲକ ସଦରରେ ଉତ୍କଳ ସାମ୍ବାଦିକ ସଂଘର ଏକ ବ୍ଲକ ସ୍ତରୀୟ କାର୍ଯ୍ୟଳୟ ରହିଥିବା ବେଳେ ବ୍ଲକ ଅଧୀନରେ ଥିବା ବାଲିମେଳା ଏନଏସିରେ ନୂତନ କାର୍ଯ୍ୟଳୟ ଓ ବ୍ଲକ ସଦରରେ ସଂଘର ନିଜସ୍ଵ ଗୃହ ନିର୍ମାଣ ନିମନ୍ତେ ଆଲୋଚନା କରଯାଇଥିଲା। ଏହି ଅବସରରେ ସଂଘରେ ନୂତନ ଭାବେ ଯୋଗ ଦେଇଥିବା ୨ ଜଣ ସଦସ୍ୟ ଗୌରି ଶଙ୍କର ପଣ୍ଡା ଏବଂ ମନୋଜ କୁମାର ସାହାଙ୍କୁ ଉତ୍ତରୀୟ ଦେଇ ସ୍ଵାଗତ କରାଯାଇଥିଲା। ପରେ ପରେ ସମସ୍ତ ସଦସ୍ୟଙ୍କ ନିମନ୍ତେ ମଧ୍ୟାନ୍ନ ଭୋଜନର ବ୍ୟବସ୍ତା କରଯାଇ କାର୍ଯ୍ୟକ୍ରମର ସମ୍ପତି କରଯାଇଥିଲା।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page