ଜିଲ୍ଲା ସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ, ଶିଖପାଲ୍ଲୀ ଠାରେ ତିନି ଦିନିଆ ଜିଲ୍ଲା ସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା ପ୍ରଶିକ୍ଷଣ ଶିବିର ଜିଲ୍ଲା ଶିକ୍ଷାଧିକାରୀ ବିଶ୍ଵନାଥ ସାହୁଙ୍କ ସଭାପତିତ୍ବରେ ଉଦଘାଟିତ ହୋଇଯାଇଛି।ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏଡ଼ିଏମ ରାଜସ୍ବ ,ମାଲକାନଗିରି ବେଦବର ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଉପ ଜିଲ୍ଲା ମଙ୍ଗଳ ଅଧିକାରୀ ମାଲକାନଗିରି ସୁମନ୍ତ ମାଢ଼ି, ପୂର୍ବତନ ସଂରପଚ଼ ଶିଖପାଲ୍ଲୀ ଗ୍ରାମ ପଞ୍ଚାୟତ ମୁକା ମାଡ଼କାମି, ପୂର୍ବତନ ସରପଞ୍ଚ ଏବଂ ବିଧାୟକ ପ୍ରତିନିଧି ସୋମନାଥ ମାଢ଼ି, ବିଦ୍ୟାଳୟ ସଭ୍ୟ ମୁଡ଼ା ମାଡ଼କାମି, ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡ଼କାମି, ପୂର୍ବତନ ସରପଞ୍ଚ ଗୋରାଖୁଣ୍ଟା ତଥା ସମାଜସେବୀ ଏରା ପଡ଼ିଆମି, ମୁଖ୍ୟବକ୍ତା ୱାଇଆରସିଓ ଜିଲ୍ଲା ସଂଯୋଜକ ରଂଜନ କୁମାର ସ୍ୱାଇଁ, ଜିଲ୍ଲା ଶାରିରିକ ଶିକ୍ଷାଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା,ଏକ୍ପ ଜୁନିୟର ରେଡ଼କ୍ରସ ଅଧିକାରୀ ରଶ୍ମି ରଂଜନ ଜେନା, ପ୍ରଧାନଶିକ୍ଷକ ରମେଶ ମହାରଣା, ଜୁନିୟର ରେଡ଼କ୍ରସ ଅଧିକାରୀ ନିରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କାଉନସିଲର, ଡ଼ିଆରପି, ଭୋଲେଣ୍ଟିୟର, ସାତଟି ବ୍ଲକର ଡ଼ିଷ୍ଟିଟ କୋର୍ଡ଼ିନେଟର, କନିଷ୍ଠ ରେଡ଼କ୍ରସ ଶିକ୍ଷାର୍ଥୀ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତୀ ଛାତ୍ରଛାତ୍ରୀ ତତସହିତ ଅଂଚ଼ଳର ଶିକ୍ଷାପ୍ରେମୀ ବୁଦ୍ଧିଜିବୀ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।ଏହି କାର୍ଯକ୍ରମଠର ଜିଲ୍ଲାରୁ ପ୍ରାୟ ପଞ୍ଛା ଅଶିଟି ବିଦ୍ୟାଳୟରୁ ପ୍ରାୟ ଦୁଇଶହ ଅଶି ଛାତ୍ରଛାତ୍ରୀ , ପଞ୍ଛା ଅଶି ଜଣ କାଉନସିଲର ଭଲେଣ୍ଟିୟର ସମେତ ପ୍ରାୟ ଚାରି ଶହ ଶିକ୍ଷକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ତେବେ ତା୧୦.୦୧.୨୫ ରିଖ ଠାରୁ ତା ୧୨.୦୧.୨୫ ରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।ପ୍ରଥମ ଦିନର ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷା, ରିକଭରି ଏବଂ ସିପିଆର ସମ୍ପର୍କରେ ପ୍ରଶିକ୍ଷଣ ଦିଆ ଯାଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମଧ୍ୟ କରାଯାଇଥିଲା। ଶେଷରେ ଜୁନିୟର ରେଡ଼କ୍ରସ ସଂଯୋଜକ ଖଇରିପୁଟ ଦେବରାଜ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page