ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ ଆରୋଗ୍ୟ ସମିତି ପରିଚାଳନା ସଂସ୍ଥାର ବୈଠକ ଅନୁଷ୍ଠିତ ହୋଇଯାଇଛି। ମେଡ଼ିକାଲ ଇନ ଚାର୍ଜ ଡାକ୍ତର ସମ୍ବିତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏହି ବୈଠକ ଡକାଯାଇଥିଲା। ତେବେ ଏହି ବୈଠକର ମୂଳ ଉଦ୍ଦେଶ୍ୟ ହେଲା ଯେ ବର୍ଷକୁ ୨ ଥର ମେଡ଼ିକାଲ ପରିଚାଳନା ନିମନ୍ତେ ୭୫ ହଜାର ଲେଖାଏଁ ସରକାରୀ ଅନୁଦାନ ଆସୁଛି। ତେଣୁ ଏହି ଟଙ୍କାକୁ ମେଡ଼ିକାଲର କେଉଁ କେଉଁ ବାବଦକୁ ଖର୍ଚ୍ଚ କରାଯିବ ସେନେଇ ଏକ ତାଲିକା ସର୍ବ ସମ୍ମୁଖରେ ପ୍ରଦାନ କରାଯାଇଛି। ମେଡ଼ିକାଲରେ ବ୍ୟବହୃତ ହେଉଥିବା ଆବଶ୍ୟକୀୟ ଜିନିଷ ଯଥା:- ବିପି ମାପକ ମେସିନ, ବ୍ୟାଟେରୀ, ପଙ୍ଖା, ଫିନାଇଲ, ବ୍ଲିଚିଂ ପାଉଡର, ଆଉଟ ଡୋର ରୋଗୀ ମାନଙ୍କ ନିମନ୍ତେ ବ୍ୟବହୃତ ହେଉଥିବା ଟୋକେନ୍ କାଗଜ ଏହିପରି ବିଭିନ୍ନ ମାଧ୍ୟମରେ ଖର୍ଚ୍ଚ ହେଉଥିବା ଜଣାପଡିଥିଲା। ଏଥିସହ ଏହି ବୈଠକରେ ସ୍ଥାନୀୟ ଅଞ୍ଚଳର ଜନ ପ୍ରତିନିଧି ଏବଂ ସାମ୍ବାଦିକ ଯୋଗ ଦେଇଥିବା ବେଳେ ମେଡ଼ିକାଲ ର ବହୁ ସମସ୍ୟା ଗୁଡିକ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଯେପରିକି ପ୍ରତ୍ୟେକ ଦିନ ଏହି ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ୩୦୦ ରୁ ଉର୍ଦ୍ଧ୍ବ ଆଉଟ ଡୋର ରୋଗୀ ଏବଂ ଇନ ଡୋର ରୋଗୀ ୧୦ ରୁ ଉର୍ଦ୍ଧ୍ବ ଦୈନିକ ଚିକିତ୍ସା ନିମନ୍ତେ ଆସିଥାନ୍ତି। ଯାହାକି ମାଲକାନଗିରି ଜିଲ୍ଲାର କୌଣସି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ରୋଗୀ ଏପରି ଦୈନିକ ଚିକିତ୍ସା ନିମନ୍ତେ ଆସୁନଥିବା ସୂଚନା ମିଳିଛି। ତଥାପି ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ର ହୋଇଥିବାରୁ ଏଠାକୁ କେବଳ ୩ ଡାକ୍ତର ଏବଂ ଜଣେ ଆୟୁଷ ଡାକ୍ତର ଦେଇ ସ୍ୱାସ୍ଥ୍ୟ ବିଭାଗ କାମ ଚଳା ନୀତି ଆପଣାଇଥିବା ଜନ ପ୍ରତିନିଧି ମାନେ କହିଥିଲେ। ଏଥିସହ ଏତେ ରୋଗୀ ଆସିବା ସତ୍ତ୍ୱେ ରୋଗୀ କିମ୍ବା ଡାକ୍ତର ର ବ୍ୟବହାର ନିମନ୍ତେ ଶୌଚାଳୟ ନଥିବା ଆଲୋଚନା ହୋଇଥିଲା। ୬ ଶଯ୍ୟା ବିଶିଷ୍ଟ ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ ବିଦ୍ୟୁତ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ରହିଛି କାରଣ ବିଭିନ୍ନ ସମୟରେ ସଟ ସର୍କିଟ ହେଉଥିବା କିଛି କର୍ମଚାରୀ ଅଭିଯୋଗ କରିଥିଲେ। ଏଥିସହ ଡାକ୍ତର, ଷ୍ଟାଫ ନର୍ସ ଏବଂ ଫାର୍ମାସିଷ୍ଟ ଙ୍କ ଅଭାବ ହେତୁ ବର୍ତ୍ତମାନ କାର୍ଯ୍ୟରତ ଥିବା କିଛି କର୍ମଚାରୀ ଙ୍କୁ ଅଧିକ ପରିଶ୍ରମ କରିବାକୁ ପଡୁଛି ବୋଲି ଅଭିଯୋଗ ଆଣିଥିଲେ। ବାଲିମେଳାରେ ଛୁଆ ଜନ୍ମ ହେଉ କିମ୍ବା ଛୁଆ ହେବା ପରେ ତାର ଚିକିତ୍ସା ନିମନ୍ତେ କୌଣସି ବିଶେଷଜ୍ଞ ନଥିବାରୁ ଲୋକେ ବହୁ ଖର୍ଚ୍ଚାନ୍ତ ହୋଇ ମାଲକାନଗିରି ଯାଉଛନ୍ତି ତେଣୁ ତୁରନ୍ତ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଙ୍କ ଦୃଷ୍ଟି ଗୋଚରକୁ ଏହା ଆଣି ପ୍ରତ୍ୟେକ ସପ୍ତାହ ର ୨ ଦିନ ଶିଶୁ ଏବଂ ସ୍ତ୍ରୀରୋଗ ବିଶେଷଜ୍ଞ ଙ୍କୁ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ନିମନ୍ତେ ଆଣିବା ପାଇଁ ଚେଷ୍ଟା କରିବେ ବୋଲି ବିଧାୟକ ପ୍ରତିନିଧି ଇସାକ୍ ଖୋସଲା କହିଥିଲେ। ଏହିପରି ନାନାଦି ସମସ୍ୟା ମଧ୍ୟରେ ମେଡ଼ିକାଲ ରହିଥିବା ହେତୁ ଚିକିତ୍ସା ରେ ବାଧା ସୃଷ୍ଟି ହେଉଥିବା ମେଡ଼ିକାଲ କର୍ମଚାରୀମାନେ ସ୍ୱୀକାର କରିଥିଲେ। ତେଣୁ ତୁରନ୍ତ ଏହି ସବୁ ଦିଗରେ ଚିତ୍ରକୋଣ୍ଡା ବିଧାୟକ ଙ୍କୁ ଜଣାଇ ଏ ଦିଗରେ ପଦକ୍ଷେପ ନେବେ ବୋଲି ବିଧାୟକ ପ୍ରତିନିଧି ଶ୍ରୀ ଖୋସଲା ପ୍ରତିଶ୍ରୁତି ଦେଇଥିଲେ। ତେବେ ଆଜିର ଏହି କାର୍ଯ୍ୟକ୍ରମରେ ବାଲିମେଳା ନଗର ଉପାଧ୍ୟକ୍ଷା ରଶ୍ମିତା ବାଙ୍କା, ସ୍ଥାନୀୟ ବିଜେପି ନେତା ଶୁଭେନ୍ଦୁ ପଟ୍ଟନାୟକ, ମେଡ଼ିକାଲ ଆକ୍କାଉଣ୍ଟାଣ୍ଟ ମ୍ୟାନେଜର ଇନ୍ଦ୍ରଜିତ ଦାସ, ଆୟୁଷ ଡାକ୍ତର ଡି ବୈଶାଳୀ, ବରିଷ୍ଠ ସାମ୍ବାଦିକ ଚନ୍ଦନ ବାରିକଙ୍କ ସମେତ ମେଡ଼ିକାଲର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକଦିବସୀୟ ଆଲୋଚନାଚକ୍ର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ମାଲକାନଗିରି ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗୋଟିଏ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇଥିଲା l…