ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ସୁକମା ଜିଲ୍ଲାର ଅତି ନକ୍ସଲ ପ୍ରଭାବିତ ଅଞ୍ଚଳରେ, ମୁର୍କରାଜକୋଣ୍ଡା ସିଆରପିଏଫ ବାଟାଲିୟନ ସେକେଣ୍ଡ କମାଣ୍ଡାଣ୍ଡ ରତିକାନ୍ତ ବେହେରାଙ୍କ ନିର୍ଦ୍ଦେଶରେ ଏବଂ ଦ୍ବିତୀୟ କମାଣ୍ଡାଣ୍ଡ ଅଧିକାରୀ ପଵନ୍ କୁମାରଙ୍କ ଉପସ୍ଥିତିରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଶ୍ବିନୀ କୁମାର ସିଂ (କ୍ୟାମ୍ପ କମାଣ୍ଡରଙ୍କ ନେତୃତ୍ବରେ ଫିଟ ଇଣ୍ଡିଆ ସାଇକେଲିଙ୍ଗ ଡ୍ରାଇଭ -୨୦୨୪ ସଂଗଠିତ ବାହିନୀର ଯବାନଙ୍କ ମଧ୍ୟରେ ସାଇକେଲ ରାଲି ଅନୁଷ୍ଠିତ କରାଯାଇଥିଲା । ଉକକ୍ତ ର୍ଯ୍ୟକ୍ରମରେ ଅଶ୍ଵିନୀ କୁମାର ସିଂ (ଆସିଷ୍ଟାଣ୍ଟ କମାଣ୍ଡାଣ୍ଡ), ଇନ୍ସପେକ୍ଟର / ଜିଡି ଯୋଗୀନ୍ଦର ସିଂ, ଇନ୍ସପେକ୍ଟର / ଜିଡି ତେଜରାମ ଏବଂ ବି ଓ ସି ସମବାୟର ୧୧୦ ଜଣ ଯବାନ ମାନେ ଉତ୍ସାହର ସହ ସାଇକେଲ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଏଥିସହ ଅଶ୍ବିନୀ କୁମାର ସିଂ (ଆସିଷ୍ଟାଣ୍ଡ କମାଣ୍ଡାଣ୍ଡ) ଯବାନମାନଙ୍କୁ ସୂଚନା ଦେଇଛନ୍ତି ଯେ ନିୟମିତ ଅଭ୍ୟାସ ଦ୍ବାରା ଶରୀରକୁ ସୁସ୍ଥ ରଖିବା ପାଇଁ ସାଇକେଲ ଚଲାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ଫିଟ ଇଣ୍ଡିଆ ସାଇକେଲିଙ୍ଗ ଡ୍ରାଇଭ ୨୦୨୪ ଅଭିଯାନ ଦ୍ବାରା ନକ୍ସଲ ପ୍ରଭାବିତ ଅଂଚଳ ଗ୍ରାମବାସୀମାନଙ୍କୁ ଶାରୀରିକ ସ୍ବାସ୍ଥ୍ୟ ଏବଂ ସଚେତନତା ପଥରେ ନେବା ପାଇଁ ଏକ ଅଭିନବ ଅଭିଯାନ । ଏକ ସୁସ୍ଥ ଭାରତ ଦିଗରେ କାର୍ଯ୍ୟ କରିବା ପାଇଁ ଏହା ଏକ ଅନ୍ୟତମ ସୁଯୋଗ ପ୍ରଦାନ କରା ଯିବାର ମାର୍ଗ ଦର୍ଶନ ନିମନ୍ତେ ସମସ୍ତଙ୍କୁ ଉତ୍ସାହିତ କରିବା ମୁଖ୍ୟ ଲକ୍ଷ୍ୟ ରହିଥିଲା।
ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକଦିବସୀୟ ଆଲୋଚନାଚକ୍ର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ମାଲକାନଗିରି ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗୋଟିଏ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇଥିଲା l…