ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଏବଂ ସମସ୍ତ ନିର୍ବାଚନ ମଣ୍ଡଳୀ ସ୍ତରରେ ବହୁ ଆଡମ୍ବର ସହ ବିଜୁ ଜନତାଦଳ ପ୍ରତିଷ୍ଠା ଦିବସ ପାଳନ କରା ଯାଉଥିବା ବେଳେ ସେହିପରି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ମଧ୍ୟ ବହୁ ଆଡମ୍ବରରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ସକାଳ ୧୦ ଘଣ୍ଟିକା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଲାଠିଆଗୁଡା ସ୍ଥିତ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ଏକ ସାଧାରଣ ସଭାରେ ଆୟୋଜନ କରାଯାଇଥିଲା। ଏଥିରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ମୁଖ୍ୟ ଅତିଥି ଭାବରେ ଯୋଗ ବିଜୁ ଜନତା ଦଳର ୨୮ ବର୍ଷର ଯାତ୍ରା ଉପରେ ବିଶେଷ ଭାବେ ଆଲୋକପାତ କରିଥିବା ବେଳେ ସଭାରେ ଉପସ୍ଥିତ ଅନ୍ୟ ବରିଷ୍ଠ ବିଜେଡି କର୍ମକର୍ତ୍ତା ମାନେ ମଧ୍ୟ ଦଳର ଶୃଙ୍ଖଳା ଏବଂ ଆଗାମୀ ଦିନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିଜୁ ବାବୁଙ୍କ ନୀତି, ଆଦର୍ଶ ଏବଂ ପ୍ରଦର୍ଶିତ ପଥରେ ଗଢ଼ା ହୋଇଥିବା ବିଜେଡି, ଆଜି ନବୀନ ବାବୁଙ୍କ ବଳିଷ୍ଠ ନେତୃତ୍ୱରେ ଓଡ଼ିଶାର ସୁରକ୍ଷା କବଚ ରୂପେ ଛିଡା ହୋଇଛି। ଯିଏ,ଏହି ଉତ୍କଳ ମାଟିର ଗୌରବକୁ ବିଶ୍ୱ ଦରବାରରେ ପରିଚିତ କରିପାରିଛନ୍ତି। ଦୀର୍ଘ ୨୮ବର୍ଷର ଏହି ଯାତ୍ରା ମଧ୍ୟରେ ଦଳ ଅନେକ ଉତ୍ଥାନ, ପତନ ଦେଖିଛି କିନ୍ତୁ ଅଟକିନି ଓଡ଼ିଶା ବିକାଶର ରଥ। ବିରୋଧୀଙ୍କ ସମାଲୋଚନାର ରଣଭୂମିରେ ବିଜୟ ରୂପକ ପ୍ରଗତିର ଶଙ୍ଖ ସ୍ୱର ବଜାଇ ସଫଳତା ହାସଲ କରିଛି ବିଜୁ ଜନତା ଦଳ। ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ରୂପାନ୍ତରଣ ମନ୍ତ୍ର ବଦଳାଇଛି ସବୁ ବର୍ଗର ଲୋକଙ୍କ ଜୀବନ। ଏହି ଧାରା ଆହୁରି ଦୃଢ଼ ହେଉଛି, ଓଡ଼ିଶାର ହକ୍ ପାଇଁ ବିଜୁ ଜନତା ଦଳ ଲଢ଼ୁଛି। ସଙ୍କଳ୍ପ ନେଇଛୁ ଓଡ଼ିଶାବାସୀଙ୍କ ସେବାର, ସଙ୍କଳ୍ପ ନେଇଛୁ ଓଡ଼ିଶାର ହକ୍ ପାଇଁ ଲଢ଼ିବାର। ପ୍ରତିଟି କର୍ମୀଙ୍କ ନିଷ୍ଠା ଓ ପ୍ରତିବଦ୍ଧତାରେ ବିଜୁ ଜନତା ଦଳ ଆହୁରି ବଳିଷ୍ଠ ହେଉଛି । ଏ ମାଟିର ସମ୍ମାନ, ଏ ଜାତିର ସ୍ୱାଭିମାନ, ପ୍ରତି ଓଡ଼ିଆଙ୍କ ଅଭିମାନ ବିଜୁ ଜନତା ଦଳ । ୨୮ତମ ପ୍ରତିଷ୍ଠା ଦିବସରେ ସମସ୍ତେ ସଙ୍କଳ୍ପବଦ୍ଧ ହେବା, ଓଡ଼ିଶାବାସୀଙ୍କ ସ୍ୱର ସାଜି ଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବେ ବିଜୁ ଜନତା ଦଳର ଗୌରବକୁ ଆହୁରି ବଢ଼ାଇବା। କଥା ନୁହେଁ କାମରେ କରି ଦେଖାଇଛୁ, ସଭିଙ୍କୁ ସାଥିରେ ନେଇ ଆଗକୁ ବଢ଼ୁଛୁ । ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସରେ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ ,ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ଆଇନଜୀବୀ ସାମ୍ମୁଖ୍ୟ ସଭାପତି ଗୋପାଳ କୃଷ୍ଣ ପଣ୍ଡା ,ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ ,ପଡିଆ ବ୍ଲକ ଅଧ୍ୟକ୍ଷା ଯମୁନା ମୁଚାକି ,ପୌର ଉପାଧ୍ୟକ୍ଷା କବିତା ମହନ୍ତ , ଜିଲ୍ଲା ପରିଷଦ ସଭ୍ୟା କୁନି ଭୂମିଆ ,ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ ,ଜିଲ୍ଲା ଛାତ୍ର ସଭାପତି ତାପଶ ନାୟକ ,ବରିଷ୍ଠ ବିଜେଡି ନେତା ପ୍ରଫୁଲ ପଣ୍ଡା ,ବରିଷ୍ଠ ଆଇନଜୀବୀ ଲମ୍ବଧର ତୁରୁକ ,ରାଜ୍ୟ ଯୁବ ସମ୍ପାଦକ ରବି ରାଜେଶ ,ଯୁବ ଉପ ସଭାପତି କଣ୍ଟେସ ପୋଟଲା , ପୋୖରାଞ୍ଚଳ ସଭାପତି ପି.ସାଇ , ପଡିଆ ବ୍ଲକ ସଭାପତି ଏମ୍ ଡି ଫାରୁକ, ବିଜେଡି ମହିଳା ନେତ୍ରୀ ପ୍ରସାନ୍ତିଳତା ବିଶୋଇ ,ବରିଷ୍ଠ ନେତା ଘନଶ୍ୟାମ ମାଡକାମୀ ,ସି. ଏଚ୍ ରାବିଟ ,ବିଜେଡି ନେତା ସର୍ବ ବିଶୋଇ ,ବିକାଶ ମଣ୍ଡଳ ,ସରପଞ୍ଚ ଘାସି ନାୟକ ପ୍ରମୁଖ ଙ୍କ ସହ ବିଜୁ ଜନତା ଦଳ ର ସମସ୍ତ ସକ୍ରିୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକଦିବସୀୟ ଆଲୋଚନାଚକ୍ର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ମାଲକାନଗିରି ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗୋଟିଏ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇଥିଲା l…