ବାଲିମେଳା ସହରରେ ବିଏସଏନଏଲର 4G ସେବା ଆରମ୍ଭ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ସହରରେ ବିଏସଏନଏଲ ପକ୍ଷରୁ 4G ସେବା ଆରମ୍ଭ ହେଲା। ଦୀର୍ଘ ଦିନର ପ୍ରତୀକ୍ଷା ପରେ ବିଏସଏନଏଲ ମୋବାଇଲ କମ୍ପାନୀ ଦ୍ବାରା ଫୋର ଜି ସେବା ଆରମ୍ଭ କରାଯାଇଛି। ବହୁ ବର୍ଷ ପୂର୍ବରୁ ଘରୋଇ ମୋବାଇଲ କମ୍ପାନୀ ମାନେ ଅଞ୍ଚଳରେ ଫୋନ ଜି ସେବା ଦେଇ ଆସୁଥିବା ବେଳେ ବିଏସଏନଏଲର ଏବେ ନିଦ ଭାଙ୍ଗିଲା। ତେବେ ବିଳମ୍ବରେ ହେଲେ ମଧ୍ୟ ଦୂର ଦୂରଦୂରାନ୍ତରେ ଥିବା ଆଭ୍ୟନ୍ତରୀଣ ଅଞ୍ଚଳର ଉପଭୋକ୍ତାଙ୍କୁ ଏବେ ଫୋର୍ ଜି ସେବା ମିଳିବା ନେଇ ସୁଯୋଗ ସୃଷ୍ଟି ହୋଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଅନେକ ବର୍ଷ ମଧ୍ୟରେ ଘରୋଇ ମୋବାଇଲ କମ୍ପାନୀ ଅଧିକ ଶୁଳ୍କ ନେଇ ସେବା ଯୋଗାଉଥିଲା। ବିଏସଏନଏଲ ଭଳି ସରକାରୀ ମୋବାଇଲ ଫୋର ଜି ସେବା ଦୌଡ଼ରେ ପଛରେ ପଡି ଯାଇଥିବାରୁ ଲୋକେ ବାଧ୍ୟ ହୋଇ ଘରୋଇ ମୋବାଇଲ କମ୍ପାନୀର ଫୋର୍ ଜି ନେଟୱର୍କ ବ୍ୟବହାର କରୁଥିଲେ। ମୋବାଇଲ ଆଜିର ଦିନରେ ଲୋକଙ୍କ ଜୀବନର ଏକ ଗୁରୁତ୍ତ୍ୱପୂର୍ଣ ଉପକରଣ ହୋଇଯାଇଛି। ବିଏସଏନଏଲ ସ୍ବଳ୍ପ ମୂଲ୍ୟରେ ସେବା ଯୋଗାଇବା ଦ୍ବାରା ଆର୍ଥିକ ବୋଝରୁ ଲୋକଙ୍କୁ ଆଶ୍ୱସ୍ତି ମିଳିବ। ବିଏସଏନଏଲର ଫୋର୍ ଜି ସେବ ଦ୍ବାରା ବାଲିମେଳା ସହରବାସୀ ଅଧିକରୁ ଅଧିକ ଉପକୃତ ହୋଇପାରିବେ।କୋରାପୁଟ ବିଏସଏନଏଲ ଏ ଜି ଏମ ତଥା (ସି ଏମ ଟି ଏସ) ମହେନ୍ଦ୍ର ମାଝୀଙ୍କ କହିବା ଅନୁଯାୟୀ ଏହାର ଶୁଳ୍କ ଘରୋଇ କମ୍ପାନୀ ଠାରୁ ବହୁତ କମ ଶୁଳ୍କ ରହିଛି। ଉପଭୋକ୍ତା ମାନେ ତାଙ୍କର ପୂର୍ବ ସିମକୁ ଫୋର ଜି ସିମରେ ପରିବର୍ତ୍ତନ କରି ଫୋର୍ ଜି ସେବାର ଲାଭ ଉଠାଇ ପାରିବେ।ଆଗାମୀ ଦିନରେ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଏହି ସେବା ଯୋଗାଇ ଦିଆଯିବ।ବିଏସଏନଏଲ ଫୋର ଜି ସେବା ଆରମ୍ଭ ହେବା ଦ୍ୱାରା ବାଲିମେଳା ସହରରେ ଖୁସିର ଲହରୀ ଖେଳିଯାଇଛି। ବିଶେଷ କରି ଗରିବ ଶ୍ରେଣୀର ଉପଭୋକ୍ତାଙ୍କ ପକେଟକୁ ସୁହାଇବା।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page