ଜମାନତରେ ଆସି କୋର୍ଟଙ୍କ ନିର୍ଦ୍ଧେଶକୁ ଅବମାନନା କରି ଜଣେ ଗିରଫ ; ୯୯୯ କେଜି ଗଞ୍ଜେଇ ମାମଲା।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାନ୍ୟବର କୋର୍ଟଙ୍କ ନିର୍ଦ୍ଧେଶ କ୍ରମେ ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ଆଜି ବାଲିମେଳା ସହରର ଦୈନିକ ବଜାରରେ ରହୁଥିବା ଅସୀମ ମାଲିକ ନାମକ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ଓର୍କେଲ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାଲିମେଳା ସହରର ଦୈନିକ ବଜାରରେ ରହୁଥିବା ଅସୀମ ମାଲିକ ଗତ ୨୦୨୧ ମସିହା ସେପ୍ଟେମ୍ବର ମାସରେ ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତିଙ୍କ ସହ ମିସି ପ୍ରାୟ ୯୯୯ କିଲୋ ଗଞ୍ଜେଇ ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ କରୁଥିବା ବେଳେ ଚିତ୍ରକୋଣ୍ଡା ଛକ ନିକଟରେ ପୋଲିସ ହାତରେ ଧରା ପଡ଼ିଥିଲେ। ଏନେଇ ଓର୍କେଲ ଥାନାରେ ଏକ ମାମଲା କେସ ନମ୍ବର ୯୪/୨୧ ୟୁ/ଏସ -୨୦(ବି)(ii)(ସି) ଏନଡିପିଏସ ଦଫାରେ ଗିରଫ କରି ଉଭୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପ୍ରାୟ ୩ମାସ ପୂର୍ବେ ଅସୀମ ଜମାନତରେ ନିଜ ଘରକୁ ଆସିଥିଲେ।ଏହି ମାମଲା କୋର୍ଟରେ ବିଚାରଧୀନ ରହିଛି। ତେବେ କୋର୍ଟ ପକ୍ଷରୁ ଧାର୍ଯ୍ୟ ହୋଇଥିବା ତାରିଖରେ କୋର୍ଟରେ ହାଜର ହେବା ପାଇଁ ମାନ୍ୟବର କୋର୍ଟଙ୍କ ପକ୍ଷରୁ ଅସୀମଙ୍କୁ ବାରମ୍ବାର ନୋଟିସ ପଠା ଯାଇଥିଲେ ମଧ୍ୟ ଅସୀମ କୋର୍ଟଙ୍କ ନିର୍ଦ୍ଧେଶକୁ ଅବମାନନା କରି କୋର୍ଟରେ ହାଜର ହୋଇ ନଥିଲେ। ଶେଷରେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଧେଶ କ୍ରମେ ଅସୀମଙ୍କ ନାମରେ ଜାମୀନ ବିହୀନ ଗିରଫ ପରୱାନା ଜାରୀ କରାଯାଇଥିଲା।କୋର୍ଟଙ୍କ ନିର୍ଦ୍ଧେଶ କ୍ରମେ ଆଜି ଅସୀମଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page