ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଚନ୍ଦ୍ର ପଡ଼ିଆମୀ ରାଜ୍ୟ ସ୍ତରୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ରୋୖପ୍ୟ ପଦକ ହାସଲ କରିଛନ୍ତି। ଉପାନ୍ତ ଅଞ୍ଚଳର ଜଣେ ଛାତ୍ର ରାଜ୍ୟ ସ୍ତରରେ କୃତିତ୍ୱ ଏଭଳି ହାସଲ କରି ବାଲିମେଳା ତଥା ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଗତ ସପ୍ତାହରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ନିମନ୍ତେ ୪ ଜଣ ଛାତ୍ର ବାଲିମେଳା ଭାରତ୍ତୋଳନ ଅନୁଷ୍ଠାନ ପକ୍ଷରୁ ଚୟନ କରାଯାଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାକୁ ପଠାଯାଇଥିଲା। ତନ୍ମଧ୍ୟରୁ ଚନ୍ଦ୍ର ନାମକ ନାମକ ଛାତ୍ର ୪୪ କିଲୋ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରି ରୋପ୍ୟ ହାସଲ କରିଥିଲେ। ମାଲକାନଗିରି ଜିଲ୍ଲାରେ ଅନେକ ସମ୍ଭାବନା ରହିଛି,ଅଧିକରୁ ଅଧିକ ପ୍ରୋତ୍ସାହନ ମିଳିଲେ ଆଗାମୀ ଦିନରେ ନିଶ୍ଚିତ ଏହି ଛାତ୍ରଛାତ୍ରୀ ମାନେ ଜିଲ୍ଲା ପାଇଁ ସୁନାମ ଆଣି ପାରିବେ ବୋଲି ଜିଲ୍ଲା ଶିକ୍ଷାଧିକାରୀ ବିଶ୍ଵନାଥ ସାହୁ ଛାତ୍ର ଚନ୍ଦ୍ର ନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ତେବେ ସେ ଆଜି ଫେରିବା ପରେ ବିଦ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ସଭା ଆୟୋଜିତ କରାଯାଇ ଚନ୍ଦ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷୟତ୍ରୀ ସୁଶିଳା ହିଆଲ, ପିଇଟି ଶିକ୍ଷକ ଭାଗିରଥି ସାହୁ, ଇଣ୍ଡୋର ଷ୍ଟାଡିୟମ ଇନ ଚାର୍ଜ ଲକ୍ଷ୍ମୀକାନ୍ତ ପୂଜାରୀ, କୋଚ୍ ରଘୁନାଥ ଖିଲଙ୍କ ସମେତ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଶତାଧିକ ସାଥି ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।
ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକଦିବସୀୟ ଆଲୋଚନାଚକ୍ର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ମାଲକାନଗିରି ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗୋଟିଏ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇଥିଲା l…