ସାତ ଦିନ ମଧ୍ୟରେ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧିନସ୍ଥ ଡୁଡାମେଟା ପଞ୍ଚାୟତରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ପଞ୍ଚାୟତର ସରପଞ୍ଚ ମାଧବ ମାଢି ଆଜି ବିଭିନ୍ନ ଦାବୀ ନେଇ ଗ୍ରାମ ପଞ୍ଚାଯତ ଉନ୍ନତି ନିମନ୍ତେ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ମାଧ୍ୟମରେ ଆସିଥିବା ଅନୁଦାନ ରାଶିକୁ ଠିକ ସମୟରେ କାର୍ଯ୍ୟକ୍ଷମ କରିବାକୁ ବହୁବାର ପଞ୍ଚାୟତ ନିର୍ବାହୀ ଅଧିକାରୀ,ଏଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଏସ୍ଟିମେଣ୍ଟ ହେବାକୁ ଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ସମୟ ସୀମା ମଧ୍ୟରେ ଶେଷ କରିବାକୁ ବାରମ୍ବାର କହିଥିଲେ ମଧ୍ୟ ପଞ୍ଚାୟତର କୌଣସି ଅଧିକାରୀ ତାଙ୍କ କଥାକୁ ଗୁରୁତ୍ୱ ନଦେଇ ସମ୍ପୂର୍ଣ ଭାବେ ଅଣଦେଖା କରି ଆସୁଛନ୍ତି। ଦୀର୍ଘ ବର୍ଷ ଧରି ଉକ୍ତ ପଞ୍ଚାଯତର ନାମ ଫଳକ ଲେଖା ଯାଇନଥିବା ବେଳେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟର ବିଲ କରା ନଯାଇ ପଡ଼ି ରହିଛି। ଯାହା ଫଳରେ ପଞ୍ଚାୟତ ଅଧୀନରେ ଥିବା ମୋଟ ୫ ଗୋଟି ରାଜସ୍ବ ଗ୍ରାମ ଏବଂ ୭ ଗୋଟି ହାମଲେଟ ଗ୍ରାମ ସମେତ ଅନ୍ୟାନ୍ୟ ଅଞ୍ଚଳରେ ବସବାସ କରୁଥିବା ଗ୍ରାମବାସୀ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏଣୁ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ଆସିବା ପରେ ସରପଞ୍ଚ ଅତିଷ୍ଟ କିଛିଦିନ ପୂର୍ବେ ପିଇଓ, ଏଡିଓ ଏବଂ କନିଷ୍ଠ ଯନ୍ତ୍ରିଙ୍କୁ ତୁରନ୍ତ ଫାଇଲ ଖୋଲିବା ସହିତ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପଞ୍ଚାୟତର ସମସ୍ତ ଅଧିକାରୀଙ୍କୁ ଜଣାଇଥିଲେ । ସରପଞ୍ଚଙ୍କ ଜଣାଇବା ପରେ ମଧ୍ୟ ପଞ୍ଚାଯତ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ନଦେବାରୁ ଆଜି ନିରୁପାୟ ହୋଇ ଦୁଡାମେଟା ସରପଞ୍ଚ ମାଧବ ମାଢି କିଛି ସମର୍ଥକଙ୍କ ସହିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଦିବା ୧୧ ଘଣ୍ଟିକା ସମୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଏଡିଓଙ୍କୁ ତାଲା ପକାଇଥିଲେ।ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ତାଲା ପକାଇ ଦେବା ଗ୍ରାମବାସୀଙ୍କ ଆକ୍ରୋଶକୁ ପ୍ରମାଣିତ କରୁଛି।ଏନେଇ କୋରୁକୋଣ୍ଡା ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୂଲ୍ୟ କୁମାର ସାହୁ ସୂଚନା ପାଇବା ପରେ ତୁରନ୍ତ ଏହାର ସମାଧାନ ନିମନ୍ତେ କୋରୁକୋଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେଶ ଚନ୍ଦ୍ର ସାହୁଙ୍କ ସହ ପଞ୍ଚାୟତ ସମିତି ସଂପ୍ରସାରଣ ଅଧିକାରୀ ତନ୍ମୟ ଖିଲଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ । ଉଭୟ ଅଧିକାରୀ ସେଠାରେ ପହଞ୍ଚିବା ପରେ ସରପଞ୍ଚ ମାଧବ ମାଢିଙ୍କୁ ଡାକି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଏହା ପରେ ଉପରୋକ୍ତ ଅଧିକାରୀଙ୍କ ଅନୁରୋଧ କ୍ରମେ ସରପଞ୍ଚ ପଞ୍ଚାୟତର ମୁଖ୍ୟ ଫାଟକରେ ପଡିଥିବା ତାଳାକୁ ଖୋଲା ଯାଇଥିଲା। ଉକ୍ତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକ ଓ ପଞ୍ଚାଯତର ଅଧିକାରୀ ମାନେ ସରପଞ୍ଚ ଓ ସମିତି ସଭ୍ୟା ସବିତା ଦାସଙ୍କ ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆସନ୍ତା ସାତଦିନ ମଧ୍ୟରେ ପଞ୍ଚାୟତର ଅଧୀନରେ ବକେୟା ଥିବା ସମସ୍ତ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ସମସ୍ତଙ୍କ ସମୁଖରେ ପ୍ରତିଶ୍ରୁତି ଦେଇଥିବା କୋରୁକୋଣ୍ଡା ଜିପିଓ ଶ୍ରୀ ଖିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଯଦି ଆସନ୍ତା ସାତଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ନହୁଏ ତେବେ ମୁଁ ଆଗାମୀ ଦିନରେ ଆଇନଗତ ପଦକ୍ଷେପ ଗ୍ରହଣ କରିବି ବୋଲି ସରପଞ୍ଚ ଶ୍ରୀମାଢି କହିଛନ୍ତି ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page